ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସୀଙ୍ଗେଶ୍ଵର ନିକଟରେ ଥିବା ମାମୁ ଭଣଜା ପାହାଡ଼ କୁ ଲାଗି ରହିଛି ଏକ ନବନିର୍ମିତ ପାର୍କ l ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବାହାରିଥିଲେ କର୍ମ କ୍ଷେତ୍ରରେ, କିନ୍ତୁ ସେହି ପାର୍କରେ ମିଳିଯାଇଥିଲା କାମ ଶ୍ରମିକ ଭାବରେ ନଜେ କାର୍ଯ୍ୟ କରିବା ସହିତ ଅନ୍ୟ ଶ୍ରମିକ ମାନେ ମଧ୍ୟ ସେଠାରେ କାମ କରୁଥିଲେ l ହଠାତ ଏକ ଶ୍ରମିକ କାର୍ଯ୍ୟରତ ସମୟରେ ଟଳିପଡିଲେ l ସାଙ୍ଗରେ ଥିବା ଅନ୍ୟ ମାନେ ସେଠାରୁ ଆଚେତ ଅବସ୍ଥା ଦେଖି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ନିମନ୍ତେ ପଠାଇଥିଲେ କିନ୍ତୁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ସୂଚନା ମୁତାବକ କୁହୁଡି ଅଞ୍ଚଳର ଅର୍ଜୁନ ବିଶ୍ୱାଳ ବୟସ ଷାଠିଏ ହେବ l ସେ ଦୀର୍ଘ ଦିନ ହେବ ବଡକୁଳ ରେ ଭଡାଘରେ ରହିଆସୁଥିଲେ l ପ୍ରତିଦିନ ପରି ଆଜି ମଧ୍ୟ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ତେଲ ଲୁଣର ସଂସାରକୁ ଚଳେଇ ଅସୁଥିଲେ l ପରିବାର କହିଲେ ନିଜ ଧର୍ମ ପତ୍ନୀ, ତିନିପୁଅ ବୋହୁ ଓ ନାତି ନାତୁଣୀ l
କାମ କରୁଥିବା ସମୟରେ ଶ୍ରମିକଙ୍କ ମୃତ୍ୟୁ l


More Stories
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ l
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସାଂସ୍କୃତିକ ପାଠଚକ୍ର ।