ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସୀଙ୍ଗେଶ୍ଵର ନିକଟରେ ଥିବା ମାମୁ ଭଣଜା ପାହାଡ଼ କୁ ଲାଗି ରହିଛି ଏକ ନବନିର୍ମିତ ପାର୍କ l ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବାହାରିଥିଲେ କର୍ମ କ୍ଷେତ୍ରରେ, କିନ୍ତୁ ସେହି ପାର୍କରେ ମିଳିଯାଇଥିଲା କାମ ଶ୍ରମିକ ଭାବରେ ନଜେ କାର୍ଯ୍ୟ କରିବା ସହିତ ଅନ୍ୟ ଶ୍ରମିକ ମାନେ ମଧ୍ୟ ସେଠାରେ କାମ କରୁଥିଲେ l ହଠାତ ଏକ ଶ୍ରମିକ କାର୍ଯ୍ୟରତ ସମୟରେ ଟଳିପଡିଲେ l ସାଙ୍ଗରେ ଥିବା ଅନ୍ୟ ମାନେ ସେଠାରୁ ଆଚେତ ଅବସ୍ଥା ଦେଖି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ନିମନ୍ତେ ପଠାଇଥିଲେ କିନ୍ତୁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ସୂଚନା ମୁତାବକ କୁହୁଡି ଅଞ୍ଚଳର ଅର୍ଜୁନ ବିଶ୍ୱାଳ ବୟସ ଷାଠିଏ ହେବ l ସେ ଦୀର୍ଘ ଦିନ ହେବ ବଡକୁଳ ରେ ଭଡାଘରେ ରହିଆସୁଥିଲେ l ପ୍ରତିଦିନ ପରି ଆଜି ମଧ୍ୟ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ତେଲ ଲୁଣର ସଂସାରକୁ ଚଳେଇ ଅସୁଥିଲେ l ପରିବାର କହିଲେ ନିଜ ଧର୍ମ ପତ୍ନୀ, ତିନିପୁଅ ବୋହୁ ଓ ନାତି ନାତୁଣୀ l
କାମ କରୁଥିବା ସମୟରେ ଶ୍ରମିକଙ୍କ ମୃତ୍ୟୁ l

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l