କଳାହାଣ୍ଡି ( ଆମ ଓଡ଼ିଶା ଖବର) ଧର୍ମଗଡ଼ ବ୍ଲକ୍ ବେହେରା ଗ୍ରାମ ଠାରେ ଦୀର୍ଘ ସାତ ଦିନ ଧରି ଚାଲିଥିବା ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇଛି । ଶେଷ ସନ୍ଧ୍ୟାରେ ଅକ୍ରୁର ଙ୍କ ସହ କୃଷ୍ଣ ବଳରାମ ଙ୍କ ମଥୁରା ଆଗମନ, କଂସ ବଧ ଓ ଉଗ୍ରସେନ ଙ୍କ ରାଜ୍ୟଭିଷକ ଦେଖିବା ପାଇଁ ପ୍ରବଳ ଶୀତ ସତ୍ତ୍ୱେ ହଜାର ହଜାର ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ ।ମୁକ୍ତାକାଶ ରଙ୍ଗମଞ୍ଚ ରେ ଧନୁଯାତ୍ରା କଳାକାର ମାନଙ୍କ ନିଖୁଣ ଅଭିନୟ ସାଙ୍ଗକୁ ଅଞ୍ଚଳର କଳାକାର ମାନଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଚ ଗୀତ ଦର୍ଶକ ମାନଙ୍କ ବେଶ୍ ଆକର୍ଷଣ କରିଥିଲା । ତେବେ ଅନ୍ତିମ ରଜନୀରେ ସେମଲା ଗ୍ରାମର ମା ସନ୍ତୋସି ବଜାସାଳ କଳାକାର ମାନଙ୍କ ପରିବେଷଣ ଦର୍ଶକଙ୍କ ମାନଙ୍କୁ ବେଶ୍ ଆକର୍ଷଣ କରିଥିଲା । ରଙ୍ଗୀନ ଆଲୋକ ମାଲା ରେ ଯାତ୍ରା ପଡିଆ ଓ କଂସ ରଙ୍ଗମଞ୍ଚ ସାତ ସନ୍ଧ୍ୟା ଝଲସି ପଡିଥିବା ବେଳେ ମିନାବାଜାର, ଦଣ୍ଡପଟ ସେଲ୍ଫି ପଏଣ୍ଟ ରେ ପ୍ରବଳ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ଉଦଯାପନୀ ଶେଷ ସନ୍ଧ୍ୟାରେ କଂସ ଦରବାର ର ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମାଉଷଧି ବାଗ,ମୁଖ୍ୟ ବକ୍ତା ସତ୍ୟ ନାରାୟଣ ମୁଣ୍ଡଛିନ୍ନା ,ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବ୍ଲକ୍ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ତଥା ଆଇନଜୀବୀ ଦିଗାମ୍ବର ଦୂରୀଆ, ବିଜେପି ଜିଲ୍ଲା ଉପ ସଭାପତି ଲକ୍ଷ୍ମୀ କାନ୍ତ ବାଗ, କୋକସରା ଜୋନ ୨ ଜିଲ୍ଲାପରିଷଦ ସଭ୍ୟ ହେମନ୍ତ ମାଝୀ , କଂସ ଅଭିନେତା ଗୋପାଲ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଦଣ୍ଡପାଟ ଅଞ୍ଚଳ କାର୍ଯ୍ୟରତ ସାମ୍ୱାଦିକ ମାନଙ୍କୁ କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା । ଯାତ୍ରା କମିଟି ସଦସ୍ୟ କ୍ଷୀରସିନ୍ଧୁ ବାଣୁଆ ମଞ୍ଚ ପରିଚାଳନା କରିଥିବା ବେଳେ ଭବେଶ ଗଇନ୍ତା ଧନ୍ୟବାଦ୍ ଅର୍ପଣ କରିଥିଲେ । ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ କମିଟି ସଭାପତି ବାଳକୃଷ୍ଣ ବିଶି, ଉପସଭାପତି ତ୍ରିଲୋକ ନାଥ ସିଂ, ସମ୍ପାଦକ ଟିକେଶ୍ୱର୍ ଭୋଇ,ସହ ସମ୍ପାଦକ ଗୁଣ ନିଧି ନାଗ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ବାରିକ, ବିନ୍ଦୁସାର ବିଶି, ଭାବେଶ ଗୈନ୍ତା, ଲଳିତ ବାଣୁଆ, ରଜତ ବଂଶଲ୍, ଉପେନ୍ଦ୍ର ନାଏକ, ତରେସ ବିଶି,ଅଭୟ ସିଂ ରାଜପୁତ, ଖିରସିନ୍ଧୁ ବାଗ,ପ୍ରକାଶ ସାହୁ,ଚନ୍ଦ୍ରକାନ୍ତ ରଣା, ହୁକିମ୍ ବିଶି,ପିକରାଜ୍ ବିଶି, ଚତୁର୍ଭୁଜ ବାଣୁଆ,ସୁଶିଲ ଚନ୍ଦ୍ର ନାଗ,ଭୀମ ନିଆଲ,ହିରଧର ବିଶି, ଅଜୟ ତିୱାରୀ ପ୍ରମୁଖ ଧନୁଯାତ୍ରା ମହୋତ୍ସବ କୁ ସଫଳ କରିବାରେ ସହଯୋଗ କରିଥିଲେ ।
କଂସ ବଧ ସହ ଉଦଯାପିତ ହେଲା ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ।


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।