ରିପୋର୍ଟ:ଦିଲିପ ଦୁରିଆ
ଧର୍ମଗଡ଼( ଆମ ଓଡ଼ିଶା ଖବର) କାମକୁ ଆସୁନି ବସୁଧା ଯୋଜନା , ନିର୍ମାଣ ର ଦୁଇ ବର୍ଷ ପରେ ମଧ୍ୟ ପାଣି ପାଇ ପାରୁ ନାହାନ୍ତି ଗ୍ରାମବାସୀ । ଏଭଳି ଅଭିଯୋଗ ଆସିଛି ଧର୍ମଗଡ଼ ବ୍ଲକ୍ ତେଣ୍ଡାପାଲି ପଂଚାୟତ ସାନ କେନ୍ଦୁଗୁଡ଼ା ଗ୍ରାମରୁ । ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଧର୍ମଗଡ଼ ଅଧୀନରେ ଆଜକୁ ଗୋଟିଏ ବର୍ଷ ହେବ ବସୁଧା ଯୋଜନାରେ ପ୍ରକଳ୍ପ କାର୍ଯ୍ୟ ସରିଛି ।

ଗାଆଁରେ ପାଇପ ବିଛା ସରି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି କେବଳ ପାଣି କୁ ଅପେକ୍ଷା । ତେବେ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ଅବହେଳା ଯୋଗୁଁ ପାଣି ପାଇବାରୁ ବଞ୍ଚିତ ହେଉଥିବା କହିଛନ୍ତି ଗ୍ରାମବାସୀ । ଏ ନେଇ ବିଭାଗୀୟ ଅଧିକାରୀ ବେହେରା ନଦୀ ଜଳ ଉତ୍ତୋଳନ ପଏଣ୍ଟ ଠାରେ ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିବାରୁ ପାଣି ଯୋଗାଇବା ସମ୍ଭବ ହୋଇ ପାରୁନ ଥିବା ପ୍ରକାଶ କରିଥିବା ବେଳେ ଟ୍ରାନ୍ସ ଫର୍ମର ରୁ ବେନିୟମ ଭାବେ ବିଦ୍ୟୁତ୍ ସଂଯୋଗ ଯୋଗୁଁ ଫାଇନ କରାଯାଇ ବିଭାଗ କୁ ଜଣାଇ ଦିଆ ଯାଇଛି । ଫାଇନ ଟଙ୍କା ଆଦାୟ ହେଲେ ପୁଣି ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ଧର୍ମଗଡ଼ ବିଦ୍ୟୁତ୍ ବିଭାଗ ଅଧିକାରୀ ଫୋନ୍ ଯୋଗେ ପ୍ରତିକ୍ରିୟା ରଖିଛନ୍ତି ।

ତେବେ ବିଦ୍ୟୁତ୍ ବିଭାଗ ଫାଇନ ଟଙ୍କା ପାଇଁ ଜିଦ୍ ରେ ଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ଅବହେଳା ଯୋଗୁଁ ଗ୍ରାମବାସୀ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ତୁରନ୍ତ ପାଣି ଯୋଗାଇ ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବିରଞ୍ଚି ଖମାରୀ, କପୂର୍ଚନ ଗୋପାଲ,ସୁମନ୍ତ ବଣିଆ,ଯୁଗଳ କିଶୋର ମେହେର, ପଦ୍ମ କିଶୋର ମେହେର ତଥା ଗ୍ରାମବାସୀ ପ୍ରକାଶ କରିଛନ୍ତି ।


More Stories
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l
ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍।