ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମ ପଞ୍ଚାୟତ,କୁମାରିପାରୀ ଗ୍ରାମର ଭିକା ପଲେଇ ଙ୍କ ସାନ ଝିଅ କାଜଲ ପଲେଇ (16) ଦୀର୍ଘ ଛଅ ମାସ ଧରି କର୍କଟ ରୋଗରେ ପୀଡିତ ହୋଇ ନାନା ଯନ୍ତ୍ରଣା ର ଶିକାର ହୋଇ ଆସୁଛନ୍ତି | ଚାଷୀ ପରିବାରରେ ଜନ୍ମିତ ରୋଜି ମେଡିକାଲ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡିଛନ୍ତି | କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ଗରୀବ ପରିବାର ର ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଶାସନିକ ସାହାଯ୍ୟ ମିଳି ନଥିବା ପରିବାର ଲୋକେ କହିଛନ୍ତି | ଖବର ପାଇ ସମାଜସେବୀକା ମୀରା ବାଇ ଦେଓ ରୋଜି ଙ୍କ ଵାସ ଭାବନରେ ପହଞ୍ଚି ସାହାଯ୍ୟ ର ହାତ ବଢାଇବା ପାଇଁ ପ୍ରତିଶୃତି ଦେବା ସହ ଏ ନେଇ ସେ ଜିଲ୍ଲାପାଳ ଓ ବେଗୁନିଆପଡା ବିଡିଓ ଙ୍କ ଅବଗତ କରାଇବେ ବୋଲି ଜଣାଇଛନ୍ତି | ରୋଜି ଙ୍କ ପରିବାର ଗରୀବ ପରିବାର ର ହୋଇ ଥିବାରୁ ପ୍ରଶାସନିକ ସ୍ତରରେ କିମ୍ବା କୌଣସି ସହୃଦୟ ବ୍ୟକ୍ତି ଙ୍କ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି କାଜଲ ଙ୍କ ପରିବାର |


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।