ରିପୋର୍ଟ :ଫିଲିପ କୁମାର ଦିଗାଲ
ବାଲିଗୁଡ଼ା: ରାଜ ରାସ୍ତାରେ ଗାଇ ଗୋରୁ ଶୋଇବା ଏବଂ ଚଳପ୍ରଚଳ କାରଣରୁ ବିଭିନ୍ନ ସ୍ଥାନରେ ଦୈନନ୍ଦିନ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ହାନି ଘଟୁଥିବା ବେଳେ ଗାଇ ଗୋରୁ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି । ଗତ ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ନୁଆସାହି କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ସମ୍ମୁଖରେ ପୁଣି ଏକ ଅଜଣା ଗାଡ଼ି ଧକ୍କାରେ ପାଞ୍ଚୋଟି ମଈଁଷିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସକାଳୁ ଅଞ୍ଚଳବାସୀ ଘଟଣା ସମ୍ପର୍କରେ ବାଲିଗୁଡ଼ା ଥାନା ପୋଲିସ୍ ଏବଂ ଏନ୍ଏସି ଅଧ୍ୟକ୍ଷଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଖବରପାଇ ଥାନା ଅଧିକାରୀ ବାବାଶଙ୍କର ସରାଫ୍ ଓ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସଫେଇ କର୍ମଚାରୀଙ୍କ ସହାୟତାରେ ମୃତ ମଈଁଷିଙ୍କୁ ରାସ୍ତାରୁ ଉଠାଇ ନେଇଥିବା ଜଣାପଡ଼ିଛି । ବାଲିଗୁଡ଼ା ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବା ସହ ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଦେଇ ଦୈନିକ ହଜାର ହଜାର ଯାନବାହାନ ଚଳାଚଳ କରୁଛି । ଏଭଳି ସ୍ଥିତିରେ ରାଜରାସ୍ତାରେ ଗାଇ, ଗୋରୁ, ଛେଳି, ମେଣ୍ଢା ଆଦି ଗୃହପାଳିତ ପଶୁମାନେ କବଜା କରି ରଖୁଥିବା କାରଣରୁ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଏଣୁ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବେ ଜରୁରୀ ହୋଇପଡ଼ିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଅକାରଣରେ ଘଟୁଥିବା ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାରେ ଗାଇ, ଗୋରୁଙ୍କ ସମେତ ଜନସାଧାରଣଙ୍କ ଜୀବନ ବଞ୍ଚିଯାଇ ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।
More Stories
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l
କାଳିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେଲା ଏକାଦଶ ଶ୍ରେଣୀ l