ରିପୋର୍ଟର :ନାରାୟଣ ଡାକୁଆ
ସୋରଡା (ଆମ ଓଡ଼ିଶା ଖବର):- ସୋରଡା ବ୍ଲକ୍ ଖରିବୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ସାଙ୍ଗକୁ ରହିଥିବା ବାହ୍ୟଜ୍ଞାନ ତଥା ପ୍ରତିଭାକୁ ଜନ ମାନସରେ ପ୍ରକାଶିତ କରିବା ପାଇଁ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ଶିକ୍ଷା ବିଭାଗ ତରଫରୁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମକୁ ପ୍ରତିବର୍ଷ ଅୟୋଜନ କରାଯାଇଥାଏ

ଆଜିର ଏହି କାର୍ଯ୍ୟକ୍ରମରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ପୁରସ୍କାର ଉତ୍ସବକୁ ଉଦ୍ଘାଟନ କରି ମୁଖ୍ୟ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଣୀ ଶ୍ରୀମତୀ ସୁଶୀଳା ପାତ୍ର, ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀ ବିଜୟ କୁମାର ମଣ୍ଡଳ, ବରିଷ୍ଠ ବିଜେପି ନେତା ବନମାଳୀ ସ୍ଵାଇଁ, ଗୋବିନ୍ଦ ଚନ୍ଦ୍ର ପାଢି, ସାମ୍ବାଦିକ ସଞ୍ଜୟ କୁମାର ପଣ୍ଡା , ବିଦ୍ୟାଳୟ ସଭାପତି, ପ୍ରଧାନ ଶିକ୍ଷୟତ୍ରୀ ଶର୍ମିଷ୍ଠା ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବିବୃତି ପ୍ରଦାନ କରିବାସହ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।

ସି ଆର ସି ସି ସନ୍ତୋଷ କୁମାର ମହାନ୍ତି ଏଵଂ ଶିକ୍ଷକ ଗନ୍ତାୟତ ଗୌଡ଼ , ସନ୍ୟାସୀ କୁମାର ନାୟକ କାର୍ଯକ୍ରମ ସଞ୍ଚାଳନ କରିଥିବାବେଳେ ଅନ୍ୟ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଓ ସି ଆର୍ ସି ସି ସହଯୋଗ କରିଥିଲେ। ପ୍ରତିଯୋଗୀ ମାନେ ତର୍କ, ପ୍ରବନ୍ଧ, କକ୍ତୃତା, ନୃତ୍ୟ ସଙ୍ଗୀତ ଆଦି ବିଭାଗରେ ଭାଗନେଇ କୃତୀ ପ୍ରତିଯୋଗୀ ମାନେ ଆଗାମୀ ଅକ୍ଟୋବର ୭ ରେ ଅୟୋଜନ ହେବାକୁ ଥିବା ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା।




More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ