ରିପୋର୍ଟ :ଦେବାଶିଷ, ରାକେଶ
ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ପରିସରରେ ଥିବା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ଅଫିସ ରେ ଝୁଲିଛି ୨ ଟା ତାଲା। ଗୋଟିଏ ତାଲା ସରକାରଙ୍କ ତରଫରୁ ପଡ଼ିଥିବା ବେଳେ ଅନ୍ୟ ତାଲାଟି କାହାର ତାହା ଜାଣିଲେ ଆପଣ ତାଜୁବ ହେଇଯିବେ।ସାଧାରଣ ନିର୍ବାଚନ ସମୟରେ କିଛି ଗାଡି ବିଭିନ୍ନ କାମ ପାଇଁ ବ୍ଲକରେ ଭଡା ସ୍ୱରୂପ ନିୟୋଜିତ କରା ଯାଇଥିଲା। ଏହି ପରିପେକ୍ଷୀରେ ଉକ୍ତ ଗାଡି ମାଲିକଙ୍କୁ ମିଳିବାକୁ ଥିବା ଅର୍ଥ କିଛି ପରିମାଣରେ ମିଳିଯାଇଥିବା ବେଳେ ଅବଶିଷ୍ଟ ବକେୟା ଅର୍ଥ ମିଳି ପାରିନଥିବା ଅଭିଯୋଗ ହୋଇଛି ।

ବହୁଦିନ ଧରି ବକେୟା ପଇସା ମାଗିବାକୁ ଯାଇଥିଲେ ଉକ୍ତ ଗାଡି ମାଲିକ, କିନ୍ତୁ ବକେୟା ପଇସା ମିଳି ପାରିଲା ନାହିଁ। ତେଣୁ ବାରମ୍ବାର ବ୍ଲକ ଅଫିସକୁ ଦୌଡ଼ି ଦୌଡ଼ି ନିଜ ପ୍ରାପ୍ୟ ନମିଳିବାରୁ ଡ୍ରାଇଭର ମାନେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅଫିସ ରେ ତାଲା ପକେଇ ଦେଇଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ ଦିନ ୧୨ ଯାଏଁ ଅଫିସ କୁ ଅଧିକାରୀ ଆସୁନାହାନ୍ତି ଅଧିକାରୀ । ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ଜିପିଓ) ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ନିର୍ଦ୍ଧାରିତ ସମୟରେ ଅଫିସ ନ ପହଞ୍ଚି ସେ ପଞ୍ଚାୟତ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି | ତେଣୁ ସ୍ଥାନୀୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବୀ ହୋଇଛି |


More Stories
କୋଦଳା ଏନ ଏ ସିରେ ‘ଓଡ଼ିଆ ପକ୍ଷ’ ଶୁଭାରମ୍ଭ l
ବେରୁଆଁବାଡ଼ି ଓ ଜାଗିଲିପଦର ଠାରେ ବିଶ୍ଵଶାନ୍ତି ମହାଯଜ୍ଞ l
ଚିକିଲି କଲ୍ୟାଣ ମଣ୍ଡପ ପରିସରରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଅନୁଷ୍ଠିତ l