ବିଧାୟକଙ୍କ ଦ୍ୱାରା ତ୍ରିଦିବସୀୟ ଚୈତନ୍ୟ ଦେବୀଙ୍କ ଝାଙ୍କି ଉଦଘାଟିତ l

ରିପୋର୍ଟ :ରଞ୍ଜନ କୁମାର ରାଉତ

ଆସିକା :(ଆମ ଓଡ଼ିଶା ଖବର )ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନ ପରିସରରେ ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀଙ୍କ ସଂଯୋଜନାରେ ପବିତ୍ର ନବରାତ୍ର ଅବସରରେ ତ୍ରିଦିବସୀୟ ଚୈତନ୍ୟ ଦେବୀଙ୍କ ଝାଙ୍କି ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କ କରକମଳରେ ଉଦଘାଟିତ ହୋଇଯାଇଛି l ଆଜି ଚୈତନ୍ୟ ଦେବୀ ମଣ୍ଡପରୁ ରାଷ୍ଟ୍ର ତଥା ବିଶ୍ଵର କଲ୍ୟାଣ ପାଇଁ ସମସ୍ତେ ବୃକ୍ଷରୋପଣ କରିବା ପାଇଁ ବିଧାୟକଙ୍କ ଆହ୍ଵାନରେ ସଂକଳ୍ପ ନିଆଯାଇଥିଲା lଏହି ଅବସରରେ  ସହରବାସୀଙ୍କୁ ସମ୍ବୋଧିତ କରି ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ମା ଙ୍କ ଆବିର୍ଭାବ ସହରବାସୀଙ୍କ ଉତ୍ତରୋତ୍ତର ସ୍ୱାସ୍ଥ୍ୟ ଓ ସମୃଦ୍ଧିରେ ସହାୟକ ହେବ ବୋଲି ଶୁଭ କାମନା କରିଥିଲେ  l

କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆସିକା ବାର୍ ଆସୋସିଏସନର ପ୍ରାକ୍ତନ ସଭାପତି ଚନ୍ଦ୍ର ଶେଖର ପାତ୍ର, ସଙ୍ଗୀତ ପାଢୀ, ସନ୍ଦୀପ ପାଢ଼ୀ,ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବାର ଆସୋସିଏସନ ର ପୂର୍ବତନ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ, ବିଜୟ ସ୍ୱାଇଁ ଙ୍କ ସହିତ ବାର ଆସୋସିଏସନର ଅନେକ ସଦସ୍ୟ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ସହସ୍ରାଧିକ ଇଶ୍ଵର ପ୍ରେମୀ କାର୍ଯ୍ୟକ୍ରମରେ ଯୋଗଦେଇ ଚୈତନ୍ୟ ଦେବୀଙ୍କ ଅନୁପମ ଦୃଶ୍ୟ ଦର୍ଶନ ପ୍ରାପ୍ତ କରିଥିଲେ l ସୁଶ୍ରୀ ସ୍ଵୀଟୀ,ସୁଶ୍ରୀ ଭୂମିକା ଓ ସୁଶ୍ରୀ ଶିବାନୀଙ୍କ ନୃତ୍ୟ  ପରିବେଷଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ସମସ୍ତ ଭଉଣୀ ଭାଇ ସହଯୋଗ କରିଥିଲେ  l

error: Content is protected !!