ରିପୋର୍ଟ :ରଞ୍ଜନ କୁମାର ରାଉତ
ଆସିକା : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଗଣ୍ଡଳା ପଂଚାୟତ ର ଗଣ୍ଡଳା ଗ୍ରାମରେ ଆଜିଠାରୁ ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା । ଗଣ୍ଡଳା ଗ୍ରାମରେ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ଏହି ଗଜଲକ୍ଷ୍ମୀ ପୂଜା ଏହି ଅଞ୍ଚଳ ରେ ଅତି ସୁନ୍ଦର ଢ଼ଙ୍ଗରେ ପାଳନ କରାଯାଏ, ଚଳିତବର୍ଷ ପୂଜା କମିଟି ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଏହାର ବହୁତ୍ ସୁନ୍ଦର ପ୍ରସ୍ତୁତି କରାଯାଇଛି, ଆଜି ଅପରାହ୍ନ ୨ଘଣ୍ଟା ସମୟରେ କଳଶ ଯାତ୍ରା ଅନୁଷ୍ଟିତ ହୋଇଥିଲା । ଏହି କଳଶ ଯାତ୍ରାରେ ଅନେକ ଗ୍ରାମବାସୀ ଯୋଗଦେଇଥିବା ବେଳେ ମାଆଙ୍କ ଯଥାନିତି ପୂଜାର୍ଚ୍ଚନା କରି ପାରମ୍ପରିକ ଢ଼ଙ୍ଗରେ ବାଜା ସାଙ୍ଗକୁ ଘଣ୍ଟ ଘଣ୍ଟା ବଜେଇ ପୋଖରୀ ରୁ କଳସ ରେ ପାଣି ଭରି ଜଳଯାତ୍ରା ଆରମ୍ଭ ହୋଇଥିଲା । ତେବେ ଆଜି ସନ୍ଧ୍ୟାରେ ମାଆଙ୍କୁ ଆବାହନ କରିବା ସହ ହୋମ୍ ଓ , ଯଜ୍ଞ ଦ୍ଵାରା ମାଆଙ୍କ ପୂଜାର ବିଧି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ମାଁ ଗଜଲକ୍ଷ୍ମୀଙ୍କ ମୃଣୀୟ ମୂର୍ତ୍ତି ପୂଜା ପାଉଥିବା ବେଳେ ସୁନ୍ଦର ମେଢ଼ ସାଙ୍ଗକୁ ରଙ୍ଗ ବିରଙ୍ଗ ର ଆଲୋକ ରେ ମଣ୍ଡପ ଟି ସୌନ୍ଦର୍ଯ୍ୟରେ ଭରି ଉଠୁଛି । ଗଜଲକ୍ଷ୍ମୀ ପୂଜା ଏହି ଅଞ୍ଚଳ ରେ ଅନେକ ସମୟ ଧରି ଚାଲି ଆସୁଥିବାବେଳେ, ପ୍ରତ୍ୟେକ ବର୍ଷ ଶେଷ ଦିନରେ ରେ ପୂଜା କମିଟି ତରଫରୁ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ , ଓ ମାଆ ଙ୍କ ଦର୍ଶନ ପାଇଁ ଆଖ ପାଖ ଗ୍ରାମରୁ ଅନେକ ଭକ୍ତ ମାନେ ଆସି ମାଁ ଙ୍କ ଦର୍ଶନ କରି ପ୍ରଭୁ କୃପା ଲାଭ ଓ କୋଟି କୋଟି ପ୍ରଣାମ କରିଥିଲେ।
More Stories
କ୍ଲବ -94 ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ତାଳସର ଗ୍ରାମର ମଠ ମହନ୍ତଙ୍କ ପରଲୋକ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ l