ଆମ୍ ଆଦମୀ ପାର୍ଟିର ର ଜିଲ୍ଲା ସ୍ତରୀୟ କର୍ମ କର୍ତ୍ତା ଚୟନ l

ରିପୋର୍ଟ :ରଞ୍ଜନ କୁମାର ରାଉତ

ଆସିକା 20-10-2024 ତାରିଖ ରବିବାର ଦିନ ଗଞ୍ଜାମ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ, ବ୍ରହ୍ମପୁରରେ ଏକ ଉଚ୍ଚ ସ୍ତରୀୟ ବୈଠକ ଗଞ୍ଜାମ ଜିଲ୍ଲା ଆବାହକ ଶ୍ରୀ ସୁବାଷ ଚନ୍ଦ୍ର ରାଉତଙ୍କ ନେତୃତ୍ତ୍ଵରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲାର ପ୍ରାୟ ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ୫୦ ଜଣ ସଦସ୍ୟ ବିଶିଷ୍ଟ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଗଠନ କରାଗଲା। ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ସମସ୍ତ ୧୩ ଗୋଟି ବିଧାନ ସଭା କାର୍ଯ୍ୟକାରିଣୀ କମିଟି ଗଠନ କରାଯିବ।

ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଦିଆ ଯାଇଥିବା ପଦ ପଦବୀ ସହ ଦାୟିତ୍ୱ ଗ୍ରହଣ କରିଥିବା କାର୍ଯ୍ୟକର୍ତ୍ତାଙ୍କ ମଧ୍ଯରେ ସୁବାଷ ଚନ୍ଦ୍ର ରାଉତ : ଆବାହକ, ଆଦିତ୍ୟ ନାରାୟଣ ରଥ : ସାଧାରଣ ସମ୍ପାଦକ, ଧୀରେନ୍ଦ୍ର କୁମାର ସାବତ : ସମ୍ପାଦକ (ସଙ୍ଗଠନ), ପଦ୍ମନାଭ ମହାରଣା, ବିଚିତ୍ରାନନ୍ଦ ମୁନି, ହିମାଂଶୁ ସାହୁ, କବିରାଜ ବେହେରା ଏବଂ ଶିବ କୁମାର କରାଡ଼େ : ଉପ ସଭାପତି, ଗଣେଶ ପାତ୍ର, ବିଷ୍ଣୁ ରଣା : ସହ ସମ୍ପାଦକ, ନୀଳକଣ୍ଠ ରେଡ୍ଡୀ : ଯୁବ ସଭାପତି, ନିଭାସ୍ମିତା ପ୍ରଧାନ : ମହିଳା ସଭାନେତ୍ରୀ, କୈଳାଶ ସେଠୀ : ଲିଗାଲ ସେଲ ସଭାପତି, ଶ୍ରୀନିବାସ ରେଡ୍ଡୀ : ବ୍ରହ୍ମପୁର ଲୋକସଭା ଆବାହକ, ଅଜାମ୍ବିଳ ବିଶ୍ୱାଳ : ଛତ୍ରପୁର ବିଧାନସଭା ଆବାହକ, ରଂଜିତ ତ୍ରିପାଠୀ : ସୋରଡ଼ା ବିଧାନସଭା ଆବାହକ, କୋରେଶ ମହାରଣା : ଦିଗପହଣ୍ଡି ବିଧାନସଭା ଆବାହକ, ରଞ୍ଜନ କୁମାର ରାଉତ : ଆସ୍କା ବିଧାନସଭା ଆବାହକ, ଏମ୍. ସରିଫ, ଡ଼. ରତିକାନ୍ତ ନାୟକ, ଧୀରେନ୍ଦ୍ର ଟହଲ ଏପରି ଅନେକ କାର୍ଯ୍ୟକର୍ତ୍ତାଙ୍କୁ ବିଭିନ୍ନ ପଦ ପଦବୀ ସହ ଦାୟିତ୍ୱ ବଣ୍ଟନ ଦିଆ ଯାଇଛି l

error: Content is protected !!