ରିପୋର୍ଟ :ରଞ୍ଜନ କୁମାର ରାଉତ
ଆସିକା:-୨୧/୧୦/୨୦୨୪ ବ୍ରହ୍ମପୁର ସୋମବାର ଅପରାହ୍ନ ୧ଘଣ୍ଟା ସମୟରେ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଥିଲା। ଅନେକ ସମୟ ଧରି ମୃତ ଦେହ ରେଲୱେ ଟ୍ରାକ ଉପରେ ପଡ଼ି ରହିଥିବାବେଳେ ,ଏହାର ଖବର ପ୍ରସାରଣ ପର୍ୟ୍ୟନ୍ତ ବ୍ରହ୍ମପୁର ଷ୍ଟେସନ ମାଷ୍ଟର ତଥା ସ୍ଥାନୀୟ ରେଲୱେ ପୋଲିସ କୁ ଏହି ଘଟଣାର ସୂଚନା ମିଳିନଥିବାର ଜଣାପଡ଼ିଛି। ତେବେ ଏହି ଟ୍ରାକ ଦେଇ ଅନେକ ଟ୍ରେନ ଆଗମନ୍ କରୁଥିବାବେଳେ ଏହାର ସୂଚନା ଷ୍ଟେସନ୍ ମାଷ୍ଟର ତଥା ରେଲୱେ ପୋଲିସ ଅଧିକାରୀଙ୍କୁ ମିଳିନଥିଲା । ଯାହା ପାଇଁ ଅନେକ ସମୟ ଧରି ମୃତ ଦେହ ଟି ରେଲୱେ ଟ୍ରାକ ଉପରେ ପଡ଼ିରହିଥିଲା । ଏହି ଘଟଣାର ସୂଚନା ପାଇ ସମ୍ବାଦଦାତା ଘଟଣା ସ୍ଥଳରେ ପହଞ୍ଚିଥିଲେ, ପରେ ଏହି ଘଟଣା ବିଷୟରେ ବ୍ରହ୍ମପୁର ରେଳ ଷ୍ଟେସନ ମାଷ୍ଟର ତଥା ରେଲୱେ ପୋଲିସ କୁ ଏହି ଘଟଣା ବିଷୟରେ ଅବଗତ କରାଇଥିଲେ, ପୋଲିସ ଏହି ଘଟଣାର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି।
More Stories
ଚିକିଲି ରେ ନୂତନ ଏଟିଏମ ର ଶୁଭ ଉଦଘାଟନ
ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ