ରିପୋର୍ଟର :ରଞ୍ଜନ କୁମାର ରାଉତ ନିପ୍ର
ଆସିକା ତା ୨୨/୧୦ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଦ୍ବାରା ଏକ ଶୋକ ସଭା କଲେଜ ଅଡିଓ ଭିଜୁଆଲ୍ ହଲ୍ ଠାରେ ସଂପାଦିତ ହୋଇଯାଇଛି। ସୋମବାର ସକାଳ ୯ଘଣ୍ଟ ୪୫ ମି. ସମୟରେ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଉଦ୍ଭିଦ ବିଜ୍ଞାନର ଉଦ୍ୟାନ ରକ୍ଷକ ଉଦୟ ନାଥ ପାତ୍ର (୭୮) ବୟସାଧିକ ମୃତ୍ୟୁବରଣ କରିଛନ୍ତି। ଆଜି ମହାବିଦ୍ୟାଳୟ ଷ୍ଟାଫ୍ କ୍ଳବ ସଭାପତି ସେକ୍ରେଟାରୀ ଡ. ସ୍ମିତାରାଣୀ ପଣ୍ଡା, ପ୍ରଶାସନିକ ଅଧିକାରୀ ଡ. ଶଂକର ପ୍ରସାଦ ଅଧିକାରୀ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଶୋକ ସଭା ଆୟୋଜନ କରାଯାଇଥିଲା। ସ୍ବର୍ଗତ ପାତ୍ରଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଅଧ୍ୟକ୍ଷ, ଉଦ୍ଭିଦ ବିଜ୍ଞାନର ଡେମୋଷ୍ଟ୍ରାଟର ଡ. ଗଣେଶ୍ବର ପ୍ରଧାନ, ବରିଷ୍ଠ ଅଧ୍ୟାପିକା ଡ. ନନ୍ଦିତା ଦାଶ ଏବଂ ଷ୍ଟାଫ କ୍ଳବ୍ ସେକ୍ରେଟାରୀ ଡ. ପଣ୍ଡା ନିଜ ନିଜ ବ୍ୟକ୍ତବ୍ୟରେ ସ୍ବର୍ଗତ ପାତ୍ର ଜଣେ ଅମାୟିକ, ନିଷ୍କପଟ, ସରଳ, କର୍ମନିଷ୍ଠ, ମୃଦୁଭାଷୀ, ଆଜ୍ଞାକାରୀ ବ୍ୟକ୍ତିତ୍ବର ଉଦାହରଣ ଥିଲେ ବୋଲି କହିଥିଲେ। ଦୀର୍ଘ ୩୪ ବର୍ଷ କର୍ମମୟ ଜୀବନରେ ସେ ସମସ୍ତଙ୍କ ପାଇଁ ପ୍ରିୟଭାଜନ ଓ ଆସ୍ଥାଭାଜନ ହୋଇପାରିଥିଲେ। ସ୍ବର୍ଗତ ପାତ୍ରଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏବଂ ତାଙ୍କ ଶୋକ ସନ୍ତତ୍ପ ପରିବାରକୁ ଧୌର୍ଯ୍ୟ ଓ ସାହାସ ପ୍ରଦାନ କରିବା ପାଇଁ ସମସ୍ତେ ଈଶ୍ବର ନିକଟରେ ପ୍ରାର୍ଥନା କରିଥିଲେ।
More Stories
କ୍ଲବ -94 ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ତାଳସର ଗ୍ରାମର ମଠ ମହନ୍ତଙ୍କ ପରଲୋକ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ l