ରିପୋର୍ଟ :ରଞ୍ଜନ କୁମାର ରାଉତ
ଆସିକା (ଆମ ଓଡ଼ିଶା ଖବର )ତା ୭/୧୨ : ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୫୬ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ତଥା ବରିଷ୍ଠ ପିଇଟି ସନ୍ତୋଷ କୁମାର ପ୍ରଧାନଙ୍କ ସଂଯୋଜନାରେ ତା ୬/୧୨/୨୦୨୪ ରିଖରେ ଆନୁଷ୍ଠାନିକ ରୂପେ ଶୁଭାରମ୍ଭ ହୋଇ ତା ୭/୧୨/୨୪ ରିଖରେ ଉଦଯାପିତ ହୋଇଯାଇଛି। ଶୁଭାରମ୍ଭ ଦିବସରେ କଲେଜ ଛକ ସ୍ଥିତ ମାଁ ଶିତଳାଇ ମନ୍ଦିରରୁ ପାରମ୍ପରିକ ରୀତି ନିତିରେ କ୍ରୀଡା ମସାଲ କଲେଜ କ୍ରୀଡାଙ୍ଗନାକୁ ଅଣାଯାଇଥିଲା। ତତ୍ପଶ୍ଚାତ ପ୍ରଭୁ ସଂକଟମୋଚ଼ନଙ୍କ ବିଗ୍ରହରେ ପୁଷ୍ପମାଲ୍ୟାର୍ପଣ ଏବଂ କ୍ରୀଡା ଧ୍ବଜ ଉତ୍ତୋଳନ କରାଯାଇଥିଲା।
ଉଦଯାପନି ଦିବସରେଗଂଜାମ ଜିଲ୍ଲାର କ୍ରୀଡା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ପ୍ରତିଯୋଗୀତା ଆୟୋଜନରେ ପି.ଇ.ଟି ସନ୍ତୋଷ କୁମାର ପ୍ରଧାନ କ୍ରୀଡ଼ା ପ୍ରତିଯୋଗିତାର ସମସ୍ତ କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅଧ୍ୟକ୍ଷ ନିଜ ସ୍ବାଗତ ଭାଷଣରେ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରି ଖେଳୁଆଡ଼ ମନୋଭାବ ନେଇ ପରସ୍ପର ମଧ୍ୟରେ ଭାତୃଭାବ ଜାଗ୍ରତ କରିବା ପାଇଁ ଆହ୍ବାନ କରିଥିଲେ।ମୁଖ୍ୟ ଅତିଥି ନିଜ ସଫେଇରେ କ୍ରୀଡ଼ା ଶାରିରୀକ ସୁସ୍ଥତା, ଧୌର୍ଯ୍ୟ ଓ ଏକାଗ୍ରତା ଆଣିବାରେ ସହାୟକ ହୋଇଥାଏ।
କ୍ରୀଡା ଦ୍ବାରା ଦେଶ ଦେଶ ମଧ୍ୟରେ ପ୍ରେମ, ମୈତ୍ରୀ, ଭାତୃଭାବ ଓ ସୌହାର୍ଦ୍ଦ୍ୟ ସ୍ଥାପିତ ହୋଇଥାଏ। ସମ୍ମାନିତ ଅତିଥି କୌଣସି ଗୋଟିଏ କ୍ରୀଡା ଉପରେ ହିଁ ଅଧିକ ଫୋକସ୍ ଦେବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ପ୍ରତିଯୋଗିତାର ସମସ୍ତ କାର୍ଯ୍ୟକ୍ରମକୁ ପର୍ଯ୍ୟାୟ ରୂପେ ତ୍ବରାନ୍ବିତ କରାଯାଇଥିଲା। ଛାତ୍ର ଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଦୌଡ଼, ଲମ୍ବ ଓ ଉଚ୍ଚ ଡିଆଁ, ସଟ୍ଫୁଟ ଓ ଡିସକସ୍ ଥ୍ରୋ, ମ୍ୟୁଜିକ୍ ଚେୟାର ଆଦି ଖେଳର ପ୍ରତିଯୋଗୀତାଗୁଡ଼ିକ ଦୁଇ ଦିନ ଧରି ଆୟୋଜିତ ହୋଇଥିଲା। ଛାତ୍ର କ୍ରୀଡାବିତ୍ ଓ ସଂଗଠକ ଚନ୍ଦନ କୁମାର ଗୌଡ଼ ଚଳିତ ବର୍ଷର ଜିଲ୍ଲା, ରାଜ୍ୟ, ଜାତୀୟ ଏବଂ ଆନ୍ତଃ ବିଶ୍ବବିଦ୍ୟାଳୟ ସ୍ତରରେ କୃତିତ୍ବ ଅର୍ଜନ କରିଥିବା ଏବଂ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗୀତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କ ବିବରଣୀ ପାଠ ମୁଖ୍ୟ ଅତିଥି ଏବଂ ମଞ୍ଚାସୀନ ଅତିଥିଙ୍କ ନିକଟରେ ରଖିଥିଲେ।
ଉପସଭାପତି ଅଧ୍ୟାପକ ଚିତ୍ରସେନ୍ ବେହେରା ଅତିଥିଙ୍କ ପରିଚ଼ୟ ପ୍ରଦାନ କରିଥିଲେ ଏବଂ ଅନ୍ୟ ସହଯୋଗୀ ପ୍ରାଧ୍ୟାପକ ଡ. ବସନ୍ତ କୁମାର ଆଚାରୀ, ମେଜର ଡ. ଶଂକର ପ୍ରସାଦ ଅଧିକାରୀ, ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ବିଘ୍ନରାଜ ପାଢ଼ୀ, ଡ. ସ୍ମିତାରାଣୀ ପଣ୍ଡା, ଡ. ନନ୍ଦିତା ଦାଶ, ସନାତନ ପାଢ଼ୀ, ଧନଞ୍ଜୟ ମହାପାତ୍ର, କୃଷ୍ଣଚ଼ନ୍ଦ୍ର ପାତ୍ର, ଅଧ୍ୟାପକ ସୁଧୀର କୁମାର ସାହୁ, ରାଜେଶ୍ କୁମାର ସାହୁ, ଡ. ଅଜିତ୍ କୁମାର ମୁନୀ, ଡ. ଶୁଭେନ୍ଦୁ କୁମାର ରଥ, ପବିତ୍ର ଧଙ୍ଗଡାମାଝୀ, ପ୍ରିୟବ୍ରତ ପ୍ରଧାନ, ଆକାଶ କୁମାର ଦାଶ୍ ଏବଂ ମେକାନିକ ପ୍ରମୋଦ କୁମାର ସାହୁ ଏବଂ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଯୁବରେଡକ୍ରସ୍ ଓ ଏନଏସ୍ଏସ୍ ଏବଂ ଛାତ୍ର ସ୍ବେଚ୍ଛାସେବୀଙ୍କ ସହଭାଗିତାରେ ସମସ୍ତ କ୍ରୀଡା ପ୍ରତିଯୋଗିତାକୁ ସୂଚାରୁରୂପେ ସଂପାଦିତ କରାଯାଇଥିଲା।
ଚଳିତ ବର୍ଷର ଚମ୍ପିୟାନା ଛାତ୍ର ଛାତ୍ରୀ କୃତି କ୍ରୀଡାବିତ୍ ମାନଙ୍କୁ ମୁଖ୍ୟ ଅତିଥିଙ୍କ କର କମଳରେ ପୁରସ୍କାର ବିତରଣ କରାଯାଇଥିଲା। କୃତି ଛାତ୍ରଛାତ୍ରୀମାନଙ୍କ ପାଇଁ ଆନ୍ତଃବିଶ୍ବବିଦ୍ୟାଳୟ ସ୍ତରରେ ଖେଳିବା ପାଇଁ ସୁଯୋଗ ମିଳିବା ପାଇଁ ଘୋଷଣା କରାଯାଇଥିଲା।ପରିଶେଷରେ ପିଇଟି ସନ୍ତୋଷ କୁମାର ପ୍ରଧାନ ଭାବବିଭୋର ସହକାରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
More Stories
ଖଇରିଖମା ପଞ୍ଚାୟତ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଆସିକାର ତ୍ରିଂଶତମ କ୍ରୀଡ଼ା ସମାରୋହ
ମା’ଗ୍ରାମଦେବୀ ଶ୍ରୀଶ୍ରୀ ହନୁମନ୍ତ ନାରାୟଣୀଙ୍କ ନୂତନ ସିଂହଦ୍ୱାର ଦଶମହାବତାର ବିଗ୍ରହ ପ୍ରତିଷ୍ଠା ଉତ୍ସବ