ମିଶନଶକ୍ତିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା

ରିପୋର୍ଟ :ଦେବାଶିଷ ମହାରଣା

ବେଗୁନିଆପଡା, (ଆମ ଓଡିଶା ଖବର):ଦୀର୍ଘ ଦିନ ଧରି ବକେୟା ଦରମା ମିଳି ନଥିବାରୁ ରାଜ ରାସ୍ତାକୁ ଓଲ୍ହାଇବାକୁ ନିଷ୍ପତି ନେଇଛନ୍ତି ମିଶନଶକ୍ତିରେ କାର୍ଯ୍ୟରତ ମହିଳା | ନିର୍ବାଚନ ପୂର୍ବରୁ ପୂର୍ବ ସରକାରଙ୍କ ତରଫରୁ ଦିଆ ଯାଇଥିବା ପ୍ରତିଶୃତି କୁ ପୂରଣ କରିବା ପୂର୍ବରୁ ସରକାର ବଦଳି ଗଲା | ଯାହା ଫଳରେ ମିଶନ ଶକ୍ତିରେ କାର୍ଯ୍ୟରତ ମହିଳା ମାନେ ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟରୁ ବଂଚିତ ଅଛନ୍ତି | ଯାହାକୁ ନେଇ ପ୍ରତିକ୍ରିୟାଶିଳ ହୋଇପଡିଛନ୍ତି ମହିଳା କର୍ମଚାରୀ | ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ରାଜ୍ୟ ତଥା ଜିଲ୍ଲାରେ ଏମବିକେ, ସିଆରପି ଓ ବ୍ୟାଙ୍କ୍ ମିତ୍ରଙ୍କ ଏବେ ନିଜ ପ୍ରାପ୍ୟ ପାଇବା ସହିତ ଦାବୀ ହାସଲ ପାଇଁ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି | ସେହିପରି ବେଗୁନିଆପଡା ବ୍ଲକରେ କାର୍ଯ୍ୟରତ ମିଶନଶକ୍ତିର ମହିଳା କର୍ମଚାରୀ ତଥା ସଙ୍ଘ ସମ୍ପାଦିକା ମିନତୀ କୁମାରୀ ଦେବୀଙ୍କ ନେତୃତ୍ୱରେ ମହିଳା ମାନେ ବ୍ଲକ ରେ ପହଂଚି ବ୍ଲକ ଉନ୍ନୟନ ଅଧିକାରିଣୀ,ବିପିସି, ଓ ଅଧ୍ୟକ୍ଷା ଙ୍କୁ ନିଜର ଦାବୀ ପତ୍ର ପ୍ରଦାନ କରିଥିଲେ | ସେମାନଙ୍କ ଦାବୀ ଗୁଡିକ ହେଲା ବକେୟା ଦରମା ଓ ସ୍ଥାୟୀ ନିଯୁକ୍ତି | ଯଦି ଖୁବ ଶୀଘ୍ର ସେମାନଙ୍କ ଦାବୀ ପୂରଣ ନହୁଏ ତେବେ ଆଗାମୀ ଦିନରେ ଏହି ବ୍ଲକ ର ଶହ ଶହ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ନିଷ୍ପତି ନେଇଥିବା ଜଣା ପଡିଛି |ସୂଚନାଯୋଗ୍ୟ ଯେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦେଇ ଆସୁଥିଲେ ପୂର୍ବ ସରକାର। ପଞ୍ଚାୟତ ସ୍ଥରରେ ଏସଏଚଜିର ସମସ୍ତ ନଥିପତ୍ର ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ଏମବିକେ,ସିଆରପି ଓ ବ୍ୟାଙ୍କ୍ ମିତ୍ରଙ୍କୁ ନିଯୁକ୍ତି ସହ ଗମନାଗମନ ପାଇଁ ସ୍କୁଟି ପ୍ରଦାନ ମଧ୍ୟ କରିଥିଲେ । ସରକାର ବଦଳିବା ପରେ ଏମାନଙ୍କ ସମସ୍ୟା ବଢ଼ିଯାଇଛି, ଏକାଧିକ ମାସ ଧରି ଏମାନେ ପାରିଶ୍ରମିକ ପାଇନଥିବା ଅଭିଯୋଗ ହୋଇଛି । ତେବେ ଏମାନଙ୍କ ଦାବୀ ଯଦି ପୂରଣ ନହୁଏ ତେବେ ମହିଳା ମାନଙ୍କ ନିମନ୍ତେ ବିକାଶର ନାରା କେବଳ ନାରା ହୋଇ ରହିଯିବ |

error: Content is protected !!