ମା’ଗ୍ରାମଦେବୀ ଶ୍ରୀଶ୍ରୀ ହନୁମନ୍ତ ନାରାୟଣୀଙ୍କ ନୂତନ ସିଂହଦ୍ୱାର ଦଶମହାବତାର ବିଗ୍ରହ ପ୍ରତିଷ୍ଠା ଉତ୍ସବ

ରିପୋର୍ଟ :ଦେବାଶିଷ ମହାରଣା

କୋଦଳା, (ଖବର): କୋଦଳା ଏନଏସି ରେ ଥିବା ମା’ ଗ୍ରାମଦେବୀ ଶ୍ରୀଶ୍ରୀଶ୍ରୀ ହନୁମନ୍ତ ନାରାୟଣୀଙ୍କ ନୂତନ ସିଂହଦ୍ୱାର ଦଶମହାବତାର ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହେଉଛି | ଏହି ଉତ୍ସବ ତିନି ଦିନ ଧରି ଚାଲିବାକୁ ଥିବା ବେଳେ ଶନିବାର ଦିନ ପ୍ରତିଷ୍ଠା କାର୍ଯ୍ୟର ପ୍ରାରମ୍ଭିକ ପୂଜା ବିଦ୍ଧି ତଥା କଳସ ଯାତ୍ରା ବେଶ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇ ଯାଇଛି | ମା’ ଙ୍କ ମନ୍ଦିର ପରିସରରେ ମୁଖ୍ୟ ପୁରୋହିତ ବୁଲୁ, ବିରୁପାକ୍ଷ ତାରା କର, ନାଗା ପତି ଙ୍କ ସମେତ ନୈଷ୍ଠୀକ ବ୍ରାହ୍ମଣ, ପୁରୋହିତଙ୍କ ମନ୍ତ୍ର ଧ୍ୟ୍ୟନିରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା | ଏହି ଯଜ୍ଞରେ କର୍ତା ଭାବେ ହରିହର ଦାଶ ଓ କର୍ତ୍ତୀ ଭାବେ ତାଙ୍କ ଧର୍ମପତ୍ନୀ ଶୈଳେନ୍ଦ୍ରି ଦାଶ ଯୋଗ ଦେଇ ଅଞ୍ଚଳବାସୀଙ୍କ ନିମନ୍ତେ ମାଙ୍କ ପାଖରେ ନିଜର ପୂଜାବିଦ୍ଧି ସମ୍ପନ କରିଥିଲେ | ଅପରାହ୍ନରେ ଶହ ଶହ ମହିଳାଙ୍କ ଗହଣରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା | ଏହି ମନ୍ଦିରର ଟ୍ରଷ୍ଟି ଗୋପାଳ କୃଷ୍ଣ ସାହୁଙ୍କ ସମେତ ମନ୍ଦିର କମିଟିର ବିପୁଳ ସହଯୋଗ ଓ ବଳିଷ୍ଠ ଅବଦାନରେ ଆୟୋଜିତ ହୋଇଥିବା ଏହି ମହାନ କାର୍ଯ୍ୟରେ କୋଦଳା ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ଙ୍କ ସମେତ ତାଙ୍କ ଧର୍ମପତ୍ନୀ ଅର୍ଚନା ନାୟକ ଯୋଗଦେଇ କଳସ ଯାତ୍ରାରେ ସାମିଲ ହେବା ସହ ମା ଙ୍କ ଆଶୀର୍ବାଦ ଲାଭ କରିଥିଲେ | ଏହା ସହ ମହିଳାଙ୍କ କଳସ ଯାତ୍ରାରେ କୋଦଳା ନଗର ପରିକ୍ରମା କରି ଦଣ୍ଡେଶ୍ଵର ମନ୍ଦିରରୁ ଜଳ ଭର୍ତି କଳସ ଯାତ୍ରାରେ ସାମିଲ ହୋଇଥିଲେ | ଏହି ହୋମ ଯଜ୍ଞ କାର୍ଯ୍ୟ ତିନି ଦିନ ଧରି ଚାଲିବା ନେଇ ସୂଚନା ମିଳିଛି | ଏହି ଦିନ ମାନଙ୍କରେ ବହୁ ନେତା, ସ୍ଥାନୀୟ ବିଧାୟକ ଶ୍ରୀ ପ୍ରତାପ ନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି | ଏହି ଧାର୍ମିକ କାର୍ଯ୍ୟରେ ଭକ୍ତ ସତ୍ୟ ପାତ୍ର ବିଶେଷ ସହଯୋଗ କରିଥିଲେ |

error: Content is protected !!