ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର): ଏହି ବ୍ଲକ ଅନ୍ତର୍ଗତ ବଡ଼ ଖଇରିଖମା ପଂଚାୟତ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେଇଯାଇଛି | ବ୍ରହ୍ମପୁର ସ୍ଥିତ ଆଇ କ୍ୟାର ହସ୍ପିଟାଲ ତରଫରୁ ଏହି ମାଗଣା ଶିବିର ଆୟୋଜିତ ହୋଇଥିବା ବେଳେ ଏହି ଶିବିରରେ ମୋଟ 20 ଜଣ ଚକ୍ଷୁ ରୋଗୀଙ୍କୁ ପରୀକ୍ଷା କରାଯାଇଥିଲା | ସେଥି ମଧ୍ୟରୁ 12 ଜଣ ଚକ୍ଷୁ ରୋଗୀଙ୍କୁ ବ୍ରହ୍ମପୁର ଆଇକ୍ୟାର ହସ୍ପିଟାଲକୁ ଅପେରସନ ପାଇଁ ସ୍ଥାନାନ୍ତର କରାଯାଇଛି | ଏହି ଶିବିରରେ ଡ଼ଃ.ସାଗର ବେହେରା ସମସ୍ତ ଚକ୍ଷୁ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ | ଏହି ଶିବିରକୁ ପରିଚାଳନା ନିମନ୍ତେ ପଞ୍ଚାୟତ ତରଫରୁ ସମସ୍ତ ସହଯୋଗ କରାଯାଇଥିଲା |
More Stories
ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ