ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର): ଏହି ବ୍ଲକ ଅନ୍ତର୍ଗତ ବଡ଼ ଖଇରିଖମା ପଂଚାୟତ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେଇଯାଇଛି | ବ୍ରହ୍ମପୁର ସ୍ଥିତ ଆଇ କ୍ୟାର ହସ୍ପିଟାଲ ତରଫରୁ ଏହି ମାଗଣା ଶିବିର ଆୟୋଜିତ ହୋଇଥିବା ବେଳେ ଏହି ଶିବିରରେ ମୋଟ 20 ଜଣ ଚକ୍ଷୁ ରୋଗୀଙ୍କୁ ପରୀକ୍ଷା କରାଯାଇଥିଲା | ସେଥି ମଧ୍ୟରୁ 12 ଜଣ ଚକ୍ଷୁ ରୋଗୀଙ୍କୁ ବ୍ରହ୍ମପୁର ଆଇକ୍ୟାର ହସ୍ପିଟାଲକୁ ଅପେରସନ ପାଇଁ ସ୍ଥାନାନ୍ତର କରାଯାଇଛି | ଏହି ଶିବିରରେ ଡ଼ଃ.ସାଗର ବେହେରା ସମସ୍ତ ଚକ୍ଷୁ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ | ଏହି ଶିବିରକୁ ପରିଚାଳନା ନିମନ୍ତେ ପଞ୍ଚାୟତ ତରଫରୁ ସମସ୍ତ ସହଯୋଗ କରାଯାଇଥିଲା |


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?