ବେଗୁନିଆପଡା, (ରାକେଶ ମହାରଣା)
ନାବାଳିକା ଅପହରଣ ଅଭିଯୋଗରେ ଦୀର୍ଘ ୧ ମାସ ପରେ ଧରା ପଡିଲା ଅଭିଯୁକ୍ତ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ରୁ ନାବାଳିକା ଅପହରଣ ଅଭିଯୋଗରେ ମଂଗଳବାର ଅପରାହ୍ନରେ ଜଣେ ଯୁବକଙ୍କୁ ଗିରଫ କରିଛି ବେଗୁନିଆପଡ଼ା ପୋଲିସ। ତେବେ ନାବାଳିକା ଅପହରଣ ମାମଲା ହୋଇଥିବାରୁ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ବ୍ରହ୍ମପୁର ପୋକ୍ସ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି | ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡ଼ା କୁମୁଟି ସାହିରେ ରହୁଥିବା ହୃଷିକେଶ ଆଚାରୀ ନାମକ ଅଭିଯୁକ୍ତ ଜଣଙ୍କ ବେଗୁନିଆପଡ଼ା ରୁ ଜଣେ ନାବାଳିକା କୁ ଅପହରଣ କରି ନେଇ ଯାଇଥିବା ବେଳେ ଦୀର୍ଘ ୧ ମାସ ଧରି ଫେରାର ଥିଲା। ତେବେ ଅଭିଯୁକ୍ତକୁ ସୁଦୂର ଭାଇଜାଗ ଅଞ୍ଚଳରୁ ସନ୍ଧାନ ପାଇ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ। ଏନେଇ ୨୫୪/୨୦୨୩ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ପୋସ୍କୋ କୋର୍ଟ ଚାଲାଣ କରାଯାଇ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଥାନା ଭାର ପ୍ରାପ୍ତ ଅଧିକାରୀ ସଂଗ୍ରାମ କେଶରୀ ଦେଉରୀ |


More Stories
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.
ODISHA POLICE DISTRICT HEADQUARTERS, KHORDHA.