ରିପୋର୍ଟ :ଫିଲିପ କୁମାର ଦିଗାଲ
ଘଟଣାକୁ ବିତିଲାଣି ୧୪ ଦିନ କିନ୍ତୁ ଏଯାଏଁ ପୋଲିସର ହାତ ଖାଲି । ଅଭିଯୁକ୍ତଙ୍କ ଟେର୍ ପାଉନି ବାଲିଗୁଡ଼ା ପୋଲିସ୍ । ପୋଲିସର ବିଫଳତାକୁ ନେଇ ଆଜି ବଣିକ ସଂଘ ପୁଣି ଥାନାର ଦ୍ବାରସ୍ଥ ହୋଇଛି । ଏଥିସହିତ ବାଲିଗୁଡ଼ା ଉପଜିଲ୍ଲାପାଳ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ସହ ମଧ୍ୟ ଆଲୋଚନା କରିବ ବୋଲି କହିଛନ୍ତି ସଂଘର ସଭାପତି । ଗତ ଅଗଷ୍ଟ ୨୯ ତାରିଖରେ ସକାଳ ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ବାଲିଗୁଡ଼ା ସହରର ମଧ୍ୟ ଭାଗରେ ଅବସ୍ଥିତ ନେହେରୁ ଛକ ନିକଟସ୍ଥ ମା ପାଟ୍ଟଖଣ୍ଡା ଅଳଙ୍କାର ଦୋକାନ ମାଲିକ ସୁବାଷ ଆଚାରୀଙ୍କୁ ତିନିଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିବା ସହ ଗୁଳି ଫୁଟାଇ ଅଳଙ୍କାର ବ୍ୟାଗ୍ ଝାମ୍ପି ନେଇ ଚାଲିଯାଇଥିଲେ । ଘଟଣା ପରେ ବାଲିଗୁଡ଼ା ବଣିକ ସଂଘ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଅପରାଧିକୁ ଧରିବା ସହ ସହରରେ ଦିନରାତି ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ଓ ସହରର ସମସ୍ତ ସିସି ଟିଭିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବା ଦାବିରେ ରାଜରାସ୍ତା ଅବରୋଧ କରିଥିଲେ । ବାଲିଗୁଡ଼ା ଉପଜିଲ୍ଲାପାଳ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଘଟଣାସ୍ଥଳରେ ପହଞ୍ଚି ସହର ବାସୀଙ୍କୁ ବୁଝାସୁଝା କରିବା ସହ ୭ଦିନ ମଧ୍ୟରେ ସମସ୍ତ ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ହଟିଥିଲା ରାସ୍ତାରୋକ । କିନ୍ତୁ ଘଟଣାକୁ ୧୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ପଡ଼ିଥିବା ବେଳେ ପ୍ରଶାସନର ପ୍ରତିଶୃତି ମଧ୍ୟ ପୁରଣ ହୋଇନଥିବା ଯୋଗୁଁ ପୁନର୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଛୁ । ଯଥାଶୀଘ୍ର ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଅନ୍ୟ କାର୍ଯ୍ୟପନ୍ଥା ଆପଣେଇବାକୁ ବଣିକ ସଂଘ ନିଷ୍ପତ୍ତି ନେବ ବୋଲି କହିଛନ୍ତି ସଂଘର ସଭାପତି ଶ୍ୟାମସୁନ୍ଦର ପାତ୍ର ।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.