ରିପୋର୍ଟ :ଦେବାଶିଷ ମହାରଣା
ଗଞ୍ଜାମ, (ଆମ ଓଡିଶା ଖବର): ଗତକାଲି ଥିଲା ବିଶ୍ୱ ଧ୍ୟାନ ଦିବସ | ଏହି ପରିପ୍ରେକ୍ଷୀରେ ଧର୍ମଗୁରୁ ତଥା ବିଶ୍ୱର ସବୁଠୁ ବଡ଼ ଆଧ୍ୟାତ୍ମିକ ଅନୁଷ୍ଠାନ ଆର୍ଟ ଅଫ ଲିଭିଙ୍ଗ ର ପ୍ରତିଷ୍ଠାତା ପୂଜ୍ୟ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏହି ଦିବସରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଧ୍ୟାନ ସମ୍ବଧୀୟ ଜ୍ଞାନ ବିତରଣ କରିବା ସହିତ ଧ୍ୟାନ କରାଇଥିଲେ | ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଆର୍ଟ ଅଫ ଲିଭିଙ୍ଗର ଯୋଗ ପ୍ରଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ତତ୍ୱାବଧାନରେ ଗଞ୍ଜାମ କଲ୍ୟାଣପୁର ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳୀରେ ପଚାଶରୁ ଉର୍ଦ୍ଧ ୟୁଵାଚାର୍ଯ୍ୟ ଆଭାସୀ ମାଧ୍ୟମରେ ଗୁରୁଜୀଙ୍କ ସହିତ ଧ୍ୟାନ କରିଥିଲେ | ଧ୍ୟାନର ବିଶେଷତ୍ୱ, ଧ୍ୟାନ କଲେ ଶରୀର ପ୍ରତି ଧ୍ୟାନର ପ୍ରଭାବ ସମ୍ପର୍କରେ ଅନଲାଇନରେ ହିତବାଣୀ ଶୁଣାଇ ଥିଲେ ପୂଜ୍ୟ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର | ଏହି ଅବସରରେ ଗଞ୍ଜାମ ର ଆର୍ଟ ଅଫ ଲିଭିଙ୍ଗ ପ୍ରଶିକ୍ଷକ ଶ୍ରୀ ନିରଦ ପଟ୍ଟନାୟକ, କେଦାର ରାଉଳ, ମୁକୁନ୍ଦ ରେଡି ପ୍ରମୁଖ ସହଯୋଗ କରିଥିଲେ | ସୂଚନା ଥାଉକି ଦୀର୍ଘ ଦିନ ହେଲା ଗଞ୍ଜାମ ଆର୍ଟ ଅଫ ଲିଭିଂରେ ଅନେକ କାର୍ଯ୍ୟକ୍ରମ ହେଉଥିବା ବେଳେ ଅନେକ ଯୁବକ ଯୁବତୀ ସ୍ୱଇଚ୍ଛାରେ ଏହି ଟ୍ରେନିଂ ନେଇ ଶରୀରକୁ ନିରୋଗ ରଖିବା ସହିତ ସମାଜ ପାଇଁ ସେବା କରି ଆସୁଛନ୍ତି | ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦିବ୍ୟଜ୍ଞାନ ସୁଦର୍ଶନ କ୍ରିୟା ପ୍ରାପ୍ତ କରି ହଜାର ହଜାର ଲୋକେ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇ ଆସୁଛନ୍ତି | ଖୁବ ଶୀଘ୍ର ଗଞ୍ଜାମରେ ଏହି ସଂସ୍ଥା ପକ୍ଷରୁ ଏକ ବଡ଼ ଧରଣର ଟ୍ରେନିଂ ଆୟୋଜିତ ହେବ ବୋଲି ଜଣା ପଡିଛି | ତେବେ ଏହି କାର୍ଯ୍ୟକ୍ରମରେ ୟୁଵାଚାର୍ଯ୍ୟ ଦେବାଶିଷ ମହାରଣା, ଚନ୍ଦ୍ର, ପୁର୍ଣ, ମଞ୍ଜୁ, ବନିତା, ଅନୁସାୟା ଦୋରା, ନମିତା ପଲେଇ,ସୁମିତ୍ରା ସାହୁ, ନୟନୀ, ଅର୍ଚନା ସାହୁ ପ୍ରମୁଖ ସହଯୋଗ କରି ଆସୁଛନ୍ତି |
More Stories
ଶୀଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ଅଙ୍ଗାରଗାଁରେ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ବଣ୍ଟନ
ଖଇରିଖମା ପଞ୍ଚାୟତ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର