ଧ୍ୟାନ ରେ ନିମଗ୍ନ ହେଲେ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରର ଛାତ୍ରଛାତ୍ରୀ

ରିପୋର୍ଟ :ଦେବାଶିଷ ମହାରଣା

ଗଞ୍ଜାମ, (ଆମ ଓଡିଶା ଖବର):ଗତକାଲି ପୂଜ୍ୟ ଗୁରୁ ତଥା ଆର୍ଟ ଅଫ ଲିଭିଙ୍ଗର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର ଧ୍ୟାନ ମାଧ୍ୟମରେ ସାରା ପୃଥିବୀରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିବା ବେଳେ ଲକ୍ଷ ଲକ୍ଷ ଭକ୍ତ ଅନଲାଇନ ମାଧ୍ୟମରେ ଗୁରୁଜୀ ଙ୍କ ସହିତ ଯୋଡି ହୋଇ ଦିବ୍ୟ ଜ୍ଞାନ ପ୍ରାପ୍ତ କରିଥିଲେ | ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଶାନ୍ତିନଗର ସ୍ଥିତ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ପରିସରରେ 112 ଜଣ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜଲତା ରାଉଳଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟିତ୍ରୀ ପ୍ରଣିତା ରାଉଳ, ବର୍ଷା ପରିଡା, ସୌମ୍ୟା ରେଡି, ବେବି ଗୋପାଳ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ ସହ ମିଶି ନିଜେ ଧ୍ୟାନ କରିଥିଲେ |ପୂଜ୍ୟ ଗୁରୁଜୀଙ୍କ ଠାରୁ ଧ୍ୟାନ ଓ ଦିବ୍ୟ ଜ୍ଞାନ ସମ୍ବଦ୍ଧିୟ ବାର୍ତା ଶୁଣିବା ସହ କୁନିକୁନି ଛାତ୍ରଛାତ୍ରୀ ଙ୍କୁ ଏହି କ୍ରମରେ ଯୋଡି ନିଜକୁ ଭାଗ୍ୟବାନ ମନେ କରିଥିଲେ ଅନୁଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ତଥା ଆର୍ଟ ଅଫ ଲିଭିଙ୍ଗ ପ୍ରଶିକ୍ଷକ ଶ୍ରୀ କେଦାର ରାଉଳ | ଏହା ସହ ଗଞ୍ଜାମ ଆର୍ଟ ଅଫ ଲିଭିଙ୍ଗର ବରିଷ୍ଠ ଯୋଗ ପ୍ରଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ନିରଦ କୁମାର ପଟ୍ଟନାୟକଙ୍କୁ ସେମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ ଶ୍ରୀ ରାଉଳ |

error: Content is protected !!