ଶାନ୍ତି ଶକ୍ତି ଭବନରେ ଆଧ୍ଯାତ୍ମିକ ସ୍ନେହ ମିଳନ  l

ଆସିକା:(ଆମ ଓଡ଼ିଶା ଖବର ) 1 ଜାନୁଆରୀ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନ ରେ ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ଏକ ସ୍ନେହ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଭଉଣୀ ଭାଇ ପ୍ରାତଃ କାଳରୁ ବିଶ୍ଵ ଶାନ୍ତି ସକାଶେ ଯୋଗର ଦାନ କରିଥିଲେ l ନୂତନ ବର୍ଷରେ ସହର ବାସୀଙ୍କ ସ୍ୱାସ୍ଥ୍ୟ ଓ ସମୃଦ୍ଧିର କାମନା କରିବା ସହିତ ପରମାତ୍ମା ଶିବ ପିତା ସମସ୍ତଙ୍କ ଜୀବନକୁ ଅନେକ ସୁଅବସର ପ୍ରଦାନ କରନ୍ତୁ ବୋଲି  ଶୁଭେଚ୍ଛା ଜ୍ଞାପନ କରିଥିଲେ ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜଯୋଗିନୀ ପ୍ରଭାତୀ l

ଏହି ଅବସରରେ ଆସିକାରେ ନବ ନିଯୁକ୍ତ ଏସ୍ ପି ଡି ଓ  ଜି. ଏନ୍. ପଟ୍ଟନାୟକଙ୍କୁ  ପୁଷ୍ପ ଗୁଚ୍ଛ ଦ୍ଵାରା ସ୍ୱାଗତ କରିଥିଲେ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ l ଜୀବନରେ ନିଷ୍ଠା ଓ ଇଶ୍ୱର ବିଶ୍ୱାସ ବଳରେ ସଫଳତା ପ୍ରାପ୍ତ ହୁଏ ବୋଲି ମତବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ ଏସ୍.ଡି.ପି.ଓ ଶ୍ରୀଯୁକ୍ତ ପଟ୍ଟନାୟକ l କାର୍ଯ୍ୟକ୍ରମରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ଵାରା କୃଷକ ରତ୍ନ ପୁରସ୍କାର ପ୍ରାପ୍ତ କରିଥିବା ସଫଳ ଚାଷୀ କବିସୂର୍ଯ୍ୟନଗର ନିବାସୀ ବାଉରୀ ବନ୍ଧୁ ସ୍ଵାଇଁ ଙ୍କୁ ସମ୍ମାନିତ କରାଯାଇଥିଲା  l

ଗଞାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ୍ ଓଡ଼ିଶା ଖବର

error: Content is protected !!