ଆସିକା (ଆମ ଓଡ଼ିଶା ଖବର )ତା୩/୧: ଆସିକା ବିଜ୍ଞାନ ମହାବିଦ୍ୟାଳୟର କ୍ରୀଡ଼ା ପ୍ରଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନଙ୍କ ଦୀର୍ଘ ୩୩ ବର୍ଷ ଚ଼ାକିରି ଜୀବନରୁ ଅବସର ନେଇଛନ୍ତି। ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ କ୍ରୀଡ଼ା ଶିକ୍ଷକଙ୍କ ଅବସର କାଳୀନ ସଭା ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀଙ୍କ ମଧ୍ୟରେ ଆନୁଷ୍ଠାନିକ ରୂପେ ଅନୁଷ୍ଠିତ ହୋଇଯାଇଛି। ସମସ୍ତେ କ୍ରୀଡ଼ା ପ୍ରଶିକ୍ଷକ ଶ୍ରୀ ପ୍ରଧାନଙ୍କ ସମଗ୍ର ଚାକିରି ଜୀବନର ବୈଶିଷ୍ଠ୍ୟକୁ ବଖାଣି ଥିଲେ। ସେ ଆସିକା ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମବାସିନ୍ଦା ଅଟନ୍ତି, ବର୍ତ୍ତମାନ ଆସିକା ନିକଟସ୍ଥ କେ. ନୂଆଁପଲ୍ଲୀ ଗ୍ରାମରେ ରହିଆସୁଛନ୍ତି।

କ୍ରୀଡା ଜଗତରେ ରାଜ୍ୟସ୍ତରୀୟ, ଆନ୍ତଃବିଶ୍ବବିଦ୍ୟାଳୟ ସ୍ତରୀୟ, ଜିଲ୍ଲାସ୍ତରୀୟ, ବ୍ଳକସ୍ତରୀୟ ଅନେକ କ୍ରୀଡ଼ାବିତ୍ ଛାତ୍ରଛାତ୍ରୀମାନଙ୍କୁ ସୃଷ୍ଟି କରିପାରିଥିବା ମହାନ ବ୍ୟକ୍ତିତ୍ବଙ୍କ ପାଇଁ ସର୍ବଦା ମହାହିଦ୍ୟାଳୟ ସ୍ମରଣୀୟ ହୋଇ ରହିବ ବୋଲି ସମସ୍ତେ ନିଜ ବ୍ୟକ୍ତବ୍ୟ ପ୍ରତିପାଦନ କରିଛନ୍ତି। ସେ ଜଣେ ଛାତ୍ର ବତ୍ସଳ ଥିବାଯୋଗୁଁ କଲେଜ ହତା ମଧ୍ୟରେ ଛାତ୍ର ବିଶୃଙ୍ଖଳାକୁ ଅଚ଼ିରେ ସମାଧାନ କରିପାରିଛନ୍ତି ବୋଲି ଅଧ୍ୟକ୍ଷ ଡ. ତ୍ରିପାଠୀ ନିଜ ମନ୍ତବ୍ୟ ରଖିଥିଲେ। କଲେଜର ଯେ କୌଣସି ଗଠନମୂଳକ କାର୍ଯ୍ୟରେ ସେ ନିଜକୁ ସାମିଲ ରଖିପାରିଥିଲେ। ସେ ଜୀବନରେ କ୍ରୀଡ଼ା ପ୍ରଶିକ୍ଷଣକୁ ନିଜର ନିଶା ଏବଂ ଚ଼ାକିରି ଜୀବନକୁ ପେଶା ଭାବେ ଅତି ସୁନ୍ଦର ଭାବେ ଅତିକ୍ରମ କରିପାରିଥିବାରୁ ସମସ୍ତ ସହକର୍ମୀ ଶ୍ରୀ ପ୍ରଧାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ।

ଯେତେବେଳେ କଲେଜର କୌଣସି ସଭା ସମିତିର ଆୟୋଜନ ହୋଇଥାଏ, ସେ ମିଷ୍ଟଭାଷୀରୂପେ ସମସ୍ତଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି। ପ୍ରତ୍ୟେକ ବର୍ଷ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବକୁ ସୁଚାରୂ ରୂପେ ସଂପାଦନ କରିପାରିଛନ୍ତି। ସମସ୍ତ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ସେ ସୁଚାରୁରୂପେ ପ୍ରତିପାଦନ କରିପାରିଛନ୍ତି ବୋଲି ସମସ୍ତେ କହିଥିଲେ। ତାଙ୍କର ଅବସର କାଳୀନ ମୁହୁର୍ତ୍ତରେ ଅନେକ ପ୍ରାକ୍ତନ କ୍ରୀଡାବିତ୍, ଛାତ୍ରଛାତ୍ରୀ, ବିଦ୍ୟାଳୟର କ୍ରୀଡାଶିକ୍ଷକ ତାଙ୍କୁ ସ୍ବତନ୍ତ୍ର ରୂପେ ଅଭିନନ୍ଦନ ଦେଇଥିବାର ନଜିର ରହିଥିଲା। ସମସ୍ତେ ଶ୍ରୀ ପ୍ରଧାନଙ୍କ ଅବସରକାଳୀନ ଜୀବନକୁ ଏକ ସୁନ୍ଦର, ସରସ ଏବଂ ନିରାମୟ ଜୀବନରେ ପରିଣତ କରିବା ପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଗଞ୍ଜାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?