ଗଞ୍ଜାମ (ଆମ ଓଡ଼ିଶା ଖବର )ଆସ୍କା ନିକଟସ୍ଥ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ଭୁବନେଶ୍ୱର ଓ ବ୍ରହ୍ମପୁର ର (ଭାନିକ) କେରିୟର କାଉନସିଲିଂ ସଂସ୍ଥା ଆନୁକୂଲ୍ୟ ରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଗୋପୀନାଥ ମହାନ୍ତି ଙ୍କ ସଭାପତିତ୍ୟ ରେ ଏକ ଉପାଦେୟ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି.

ଉକ୍ତ ବୈଠକରେ +2 ମହାବିଦ୍ୟାଳୟ ର ଅଧକ୍ଷ ପ୍ରାଧ୍ୟାପକ ଶ୍ରୀ ସରୋଜକାନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନେ କାଉନସିଲିଙ୍ଗ ଜରିଆରେ ନିଜର ଉଜ୍ୱଳ ଭବିଷ୍ୟତ ଗଠନ କରିପାରିବେ ବୋଲି ମତ ପ୍ରକାଶ କରିଥିଲେ. ଉକ୍ତ କାର୍ଯ୍ୟକ୍ରମ କୁ ଭାନିକ ସଂସ୍ଥା ର ସିଭିଲ ସ୍ୱେର୍ଭିସେସ ଅଧ୍ୟାପକ ଶ୍ରୀଦ୍ଧାର୍ଥ ତ୍ରିପାଠୀ ଓ ମାର୍କଟିଙ୍ଗ ମ୍ୟାନେଜେର ଶ୍ରୀ ପ୍ରବୀଣ କୁମାର ପଣ୍ଡା ଯୋଗ ଦେଇ ସିଭିଲ ସ୍ୱେର୍ଭିସେସ ପାଇବାର ବିଭିନ୍ନ ଉପାୟ ଓ ଅଭ୍ୟାସର ବିଭିନ୍ନ ଦିଗ ଉପରେ ଆଲୋକପତ କରିଥିଲେ.

ଉକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଶ୍ରୀ ଅମୟ କୁମାର ସ୍ୱାଇଁ, ଅଧ୍ୟାପକ ଡ଼କ୍ଟର ଏ ଜିତେଶ ରାଓ ଦୋରା, ଅଧ୍ୟାପିକା ଶ୍ରୀମତୀ ମୀନତି ଆଚାରୀ, ପ୍ରେମାନନ ପ୍ରଧାନ, ଅଧ୍ୟାପିକା ଭକ୍ତଳତା ମହାପାତ୍ର, ସଲୀଳା ନାୟକ, କ୍ରୀଡା ଅଧ୍ୟାପକ ଭଞ୍ଜ କିଶୋର ଗୌଡ଼, ଅଫିସ ସହାୟକ ଶ୍ରୀ ସିମାଞ୍ଚଳ ଗୌଡ଼, ଡି ଇ ଓ ଶ୍ରୀ ମୁଦୁରାଜୁ ଦୋରା, ଏସ୍ସିଷ୍ଟାନ୍ସ ଲିବ୍ରିଆନ ଏ ଶିବାନୀ ଦେବି ଆଚାରୀ,ନବଘନ ପ୍ରଧାନ, ନାରାୟଣ ବଡୁ, ପ୍ରଦେଶ କୁମାର ସ୍ୱାଇଁ, ଶୁଭଲଷ୍ମୀ ଖାଡ଼ଙ୍ଗା ଓ ଆଶିଷ କୁମାର ନଇକ ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ. ଭାଞ୍ଜ କିଶୋର ଗୌଡ଼ ଓ ନବଘନ ପ୍ରଧାନ ପରିଶେଷରେ ମହାବିଦ୍ୟାଳୟ ର ସେମିନାର ଓ କେରିୟର କାଉନସିଲିଙ୍ଗ ଦାୟିତ୍ୟରେ ଥିବା ଅଧ୍ୟାପକ ପ୍ରେମାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ.।

ଗଞ୍ଜାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ ଓଡିଶା ଖବର
More Stories
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ l
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ