ଖଲ୍ଲିକୋଟ, (ଦେବାଶିଷ ମହାରଣା):ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଞ୍ଚଣା ବସଷ୍ଟାଣ୍ଡରୁ ସାମାନ୍ୟ ଦୁରରେ ଏକ ସଡକ ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତି ଆହତ ହୋଇଥିବା ସମୟରେ ନିଜ ଘରକୁ ଫେରୁଥିବା ସରକାରି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରେଡ୍ କ୍ରସ୍ ଦାୟିତ୍ଵରେ ଥିବା ବିଜ୍ଞାନ ଶିକ୍ଷକ ନିରଞ୍ଜନ ବିଶ୍ୱାଳ ସହାୟତା କରିଥିଲେ। ସୂଚନାଯୋଗ୍ୟ ଯେ ସନ୍ଧ୍ୟା ପ୍ରାୟ 7 ଘଟିକା ସମୟରେ ବର୍ଷା ଯୋଗୁଁ ଏକ ବାଇକ୍ ଆରୋହୀ ରାସ୍ତାରେ ଚାଲିକି ଯାଉଥିବା ଏକ 17 ବର୍ଷୀୟ ଝିଅକୁ ଧକା ଦେଇଥିଲେ। ଝିଅଟି ରାସ୍ତାରେ ପଡ଼ିଯିବା ପରେ ମୁଣ୍ଡଟି ଶକ୍ତ ଭାବରେ ମାଡ଼ ହୋଇ ରକ୍ତସ୍ରାବ ହେଉଥିଲା ଏବଂ ହାତଗୋଡ ମାଡ଼ ହୋଇଥିଲା। ବାଇକ୍ ଚାଳକ ମଧ୍ୟ ପଡ଼ିଯାଇ ଗୋଡର ଏକ ଆଙ୍ଗୁଠି ଏବଂ ହାତ ଶକ୍ତଭାବରେ ଖଣ୍ଡିଆ ହୋଇ ରକ୍ତସ୍ରାବ ହେଉଥିଲା। ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ସ୍ଥାନୀୟ ବ୍ୟକ୍ତିଙ୍କ ସହାୟତାରେ ଏକ ଅଟୋରେ ଦୁଇ ଜଣଙ୍କ ସହ ଆହତ ବ୍ୟକ୍ତିମାନଙ୍କୁ ନେଇ ନିକଟରେ ଥିବା କୋଦଳା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ଥିଲେ। ସେଠାରେ ତୁରନ୍ତ ଚିକିତ୍ସା ହେବାପରେ ଉଭୟଙ୍କର ଚେତା ଆସିଥିଲା ଏବଂ ସେମାନଙ୍କର ଘରସହ ଯୋଗାଯୋଗ କରି ହସ୍ତାନ୍ତର କରିଥିଲେ।
ଆହତ ଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ର କୁ ପହଞ୍ଚାଇଲେ ନିରଞ୍ଜନ l


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l