ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା 6/10.ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ତିଲେଶ୍ଵର ପଂଚାୟତ ର ଲାଲ୍ ବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ପଣ୍ଡିତ ଜବାହରଲାଲ ମାର୍ଗ ଭୁବନେଶ୍ୱର ଙ୍କ ତରଫରୁ ହେଉଥିବା ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ମେଳା ର ଆଜି ଦ୍ୱିତୀୟ ଦିନ । ଏହି ପ୍ରଦର୍ଶନୀ ବିଜ୍ଞାନ ମେଳା 5 ତାରିଖ ରୁ ଆରମ୍ଭ ହୋଇ 7 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ନେଇ ଆଜି ଦ୍ୱିତୀୟ ଦିନରେ ତିଲେଶ୍ୱର ଓ ତାକୁଡ଼ ପ୍ରାଥମିକ ଛାତ୍ର ଛାତ୍ରୀ ଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି !ଏହି ବିଜ୍ଞାନ ମେଳା କୁ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ରମେଶ କୁମାର ସାମଲ ଓ ଶୁଭେନ୍ଦୁ ଖମାରୀ ଏବଂ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ମାନେ ସହଯୋଗ କରୁଥିବା ବେଳେ ଉକ୍ତ ବିଜ୍ଞାନ ପ୍ରଦର୍ଶନୀ କୁ ନେଇ ଛାତ୍ର ଛାତ୍ରୀ ବହୁତ ଖୁସି ଥିବାର ଜଣା ପଡୁଛି!ଏହି ମେଳl ଛାତ୍ର ଛାତ୍ରୀ ଙ୍କୁ ଗୁଣାତ୍ମକ ଶିକ୍ଷା ସହିତ ବିଜ୍ଞାନ କ୍ଷେତ୍ରରେ ଅଭିବୃଦ୍ଧି କରିବ ବୋଲି ବିଜ୍ଞାନ ଶିକ୍ଷକ ଶ୍ରୀ ସାମଲ ସୂଚନା ଦେଇଛନ୍ତି!


More Stories
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।