ବେଗୁନିଆପଡା, (ଦେବାଶିଷ ମହାରଣା):୨୦୦୨ ମସିହାରେ ତାଳସର ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗୁରୁ ଶିଷ୍ୟ ମିଳନ ଉତ୍ସବ ତାଳସର ସ୍ଥିତ ତାଳେଶ୍ଵର ମହାଦେବ କଲ୍ୟାଣ ମଣ୍ଡପରେ ପାଳିତ ହୋଇଯାଇଛି। ତାଳସର ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ନାଥ ଭୋଳ, ବୈଦ୍ୟନାଥ ପାଇକରାୟ,ରଘୁନାଥ ଦୋରାଙ୍କ ସମେତ ପିଅନ ବିଶ୍ଵନାଥ ବାରିକ, କିରାଣୀ ଲକ୍ଷ୍ମୀକାନ୍ତ ଗୌଡ଼, ବିଜ୍ଞାନ ସଂଯୋଜକ ମାନସୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ବିଜୟ କୁମାର ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ଦାସ, ତ୍ରିଲୋଚନ ଜେନା ପ୍ରମୁଖ ଶାରୀରିକ ଅସୁସ୍ଥତା କାରଣରୁ ଅନୁପସ୍ଥିତ ଥିଲେ। ପୁରାତନ ଛାତ୍ର ବିଷ୍ଣୁପ୍ରିୟା ମହାରଣା,ଝିଲ୍ଲୀ ପ୍ରଧାନ ଅବସର ପ୍ରାପ୍ତ ଗୁରୁଜୀ, ଗୁରୁମା ମାନଙ୍କ ପାଦ ଧୋଇ ଗୁରୁପୂଜନ କରିବା ସହ ସଂମ୍ମାନ ପତ୍ର ଦେଇ ସନମାନିତ କରିଥିଲେ। ପୁରାତନ ଛାତ୍ର ମନୋଜ କୁମାର ସ୍ୱାଇଁ ଗୁରୁ ବନ୍ଦନା କରି ଏହି ଉତ୍ସବର ପ୍ରସ୍ତାବ ଓ ବିବରଣୀ ପଠନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁ ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଶୀବାଦ ପ୍ରଦାନ କରିବା ସହ ଆଧ୍ୟାତ୍ମିକ ଉପଦେଶ ଦେଇ ଉତ୍ସାହିତ କରିଥିଲେ। ପୁରାତନ ଛାତ୍ର ରତ୍ନାକର ସ୍ୱାଇଁ, ସୁଶାନ୍ତ କୁମାର ପଲେଇ, ଗୌତମ ଜେନା ଜୀବନର ସଫଳତା ଉପରେ ଆଲୋଚନା କରିଥିଲେ।ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନେ ନିଜ ପରିବାର ସହ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଏକାଠି ହୋଇ ଗୁରୁଙ୍କ ଆଶୀର୍ବାଦ ନେଲେ ପୁରାତନ ଛାତ୍ରଛାତ୍ରୀ l

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l