ବେଗୁନିଆପଡା, (ଦେବାଶିଷ ମହାରଣା):ଗାଁ ଠୁ ସହର ସବୁଠି ଚଳଚଞ୍ଚଳ ରହିଛି ଦଶହରା ପୂଜା ମାହୋଲ | ବେଗୁନିଆପଡା ବ୍ଲକ ର ବିଭିନ୍ନ ସ୍ଥାନରେ ମଧ୍ୟ ସୁ-ସଜ୍ଜିତ ମେଢ଼ ଭିତରେ ପୂଜା ପାଉଛନ୍ତି ମା ଦୁର୍ଗା |ସେହିପରି କୁମ୍ଭାରଗାଁ ପଞ୍ଚାୟତ ର ତାଳଗାଁ ପୂଜା ମେଢ଼ରେ ମା ଦୁର୍ଗା ପୂଜା ପାଉଥିବା ବେଳେ ଏହି ସ୍ଥାନରେ ପହଞ୍ଚି ଆଶୀର୍ବାଦ ଭିକ୍ଷା କରିଛନ୍ତି ବରିଷ୍ଠ ବିଜେଡି ନେତା ସୀତାରାମ ପାଣିଗ୍ରାହୀ | ତାଳଗାଁ ରେ ପହଞ୍ଚି ମେଢ଼ ଦେଖିବା ସହ ଲୋକଙ୍କ ସହିତ ମିଶି ଅନେକ ସମସ୍ୟା ସମ୍ପର୍କରେ ମଧ୍ୟ୍ୟ ଆଲୋଚନା କରିଥିଲେ ଶ୍ରୀ ପାଣିଗ୍ରାହୀ | ଏହା ସହିତ ସରକାରଙ୍କ ସମସ୍ତ ଯୋଜନା କିଭଳି ଲୋକଙ୍କ ପାଖରେ ପହଂଚିବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ | ତାଳଗାଁ ଗ୍ରାମରେ ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଶ୍ରୀ ପାଣିଗ୍ରାହୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ପୂବତନ ବିଜୁ ଛାତ୍ର ରାଜ୍ୟ ସମ୍ପାଦକ ଦିନେଶ ମହାରଣା,ଖଣ୍ଡିଆ ନଈ ସମିତି ସଭ୍ୟା କୁନି ପଲେଇ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଭାକର ପ୍ରଧାନ, ନରେନ୍ଦ୍ର ନାଥ ଗୌଡ଼, ବାମଦେବ ବିଷୋୟୀ,ମନୋଜ କୁମାର ପଲେଇ,ଆଶିଷ ନାୟକ, କାମେଶ୍ୱର ବିଷୋୟୀ, ଲୋକନାଥ, ରମେଶ ଭୂୟାଁ, ବୁଲୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |
ପୂଜା ମେଢ଼ ବୁଲିବା ସହିତ ଲୋକଙ୍କ ସମସ୍ୟା ପଚାରି ବୁଝିଲେ ବରିଷ୍ଠ ବିଜେଡି ନେତା ସୀତାରାମ ପାଣିଗ୍ରାହୀ

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l