ବ୍ୟୁରୋ ରିପୋର୍ଟ
ଚିଲିକା :ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ କୁହୁଡି-ରତନପୁର ଗ୍ରାମର ତେଲୁଗୁ ସାହିରେ “ଗାଆଣୀ ଯାତ୍ରାର ଭସାଣ ଉତ୍ସବ” ବଡ ଧୁମଧାମରେ ପାଳିତ ହୋଇଛି, ଦୀର୍ଘ ୧୨୫ ବର୍ଷ ଧରି ଗ୍ରାମରେଏହି ପର୍ବ ପାଳନ କରାଯାଇଅଛି । ଜଗତଜନନୀ ମା’ ଗୌରୀ ଦେବୀ ଙ୍କୁ ଶାରଦୀୟ ପର୍ବ ନବରାତ୍ର ପୂଜା ବେଳେ ଏହି ପର୍ବ ଆରମ୍ଭ ହୋଇ ବିଜୟାଦଶମୀ ରେ ସମାପନ ହେବା ପରେ ମା’ଗୌରୀ ଦେବୀ ଙ୍କୁ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ମେଲାଣି ଦିଆଯାଇ ଥାଏ ।
ବିଶେଷ କରି ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ବେଶ ଜାକଜମକରେ ପାଳନ କରିଥାନ୍ତି । ଗ୍ରାମର ଆବାଳବୃଦ୍ଧବନିତା ଏଥିରେ ସାମିଲ ହୋଇ ଏହି ପୂଜାର୍ଚ୍ଚନା କରିବା ସହିତ ବ୍ରତ ପାଳନ କରିଥାନ୍ତି lମା’ ମଙ୍ଗଳା ଦେବୀ ଓ ମା’ ଗୈ।ରୀ ଦେବୀ ଙ୍କୁ ଏଠାରେ ପୂଜାର୍ଚ୍ଚନା କରାଯାଏ । ଧାନ କ୍ଷେତରୁ ଧାନ ଗଛ କୁ ଆଣି ଦୀର୍ଘ ୯ ଧରି ପୂଜାର୍ଚ୍ଚନା କରି ଗ୍ରାମର ମଙ୍ଗଳ କାମନା କରାଯାଏ । ଆଗାମୀ ଦିନ ଗୁଡିକ ଗ୍ରାମର ଆବାଳବୃଦ୍ଧବନିତା ଙ୍କର ମଙ୍ଗଳ କାମନା କରି ଶୁଖ-ଶାନ୍ତି ଓ ସମୃଦ୍ଧି ନିମନ୍ତେ ମା’ ଙ୍କୁ ସନ୍ତୁଷ୍ଟିକରଣ ନିମନ୍ତେ ପୂଜାର୍ଚ୍ଚନା କରାଯାଏ l
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”