ରିପୋର୍ଟ (ଦେବାଶିଷ ମହାରଣା)
କୋଦଳା (ଆମ ଓଡ଼ିଶା ଖବର )ନୂତନ ବର୍ଷରେ କୋଦଳା ଥାନା ତଥା ଗଞ୍ଜାମ ପୋଲିସ ପାଇଁ ଖୁସି ଖବର | ବିଭିନ୍ନ ଅପରାଧ ଦମନ ମୂଳକ କାର୍ଯ୍ୟ ରେ ହେଉ ଅବା ପୋଲିସ ଅଧିକାରୀ ଙ୍କ କାର୍ଯ୍ୟ ଦକ୍ଷତା କୁ ନେଇ କୋଦଳା ଥାନା ଆଜି ଚର୍ଚ୍ଚାରେ | ପ୍ରଗତି ଦସ ବୋର୍ଡ ମାର୍କିଙ୍ଗ ର ରେଟିଂ ଅନୁଯାୟୀ କୋଦଳା ଥାନା 97ରୁ ଉର୍ଦ୍ଧ ମାର୍କ ରଖି ଗଞ୍ଜାମ ପୋଲିସ ପାଇଁ ଉଦାହରଣ ସୃଷ୍ଟି କରିଛି | ଏହା ସହିତ ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ ଏହି ରେଟିଙ୍ଗ ରେ 92ରୁ ଉର୍ଦ୍ଧ ମାର୍କ ରଖି ସାରା ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି | ତତ ସହିତ କୋଦଳା ଥାନା ର ଆଇଆଇସି ଉମାକାନ୍ତ ସାହୁ ମଧ୍ୟ 98ରୁ ଉର୍ଦ୍ଧ ମାର୍କ ରଖି ରେଟିଙ୍ଗ ର ସର୍ବାଗ୍ରେ ରହିଛନ୍ତି | ଯାହା କି ଗଞ୍ଜାମ ଜିଲ୍ଲା ପୋଲିସ ପାଇଁ ଗର୍ବ ଓ ଗୌରବ ର ବିଷୟ ପାଲଟିଛି | ସୂଚନା ପ୍ରକାରେ ସାରା ଓଡିଶାରେ ପ୍ରଗତି ଦସ ବୋର୍ଡ ପକ୍ଷରୁ ପୋଲିସ ମାନଙ୍କ କାର୍ଯ୍ୟ ଦକ୍ଷତା କୁ ନେଇ ମାର୍କିଙ୍ଗ କରାଯାଇଥିଲା | ଏଥିରେ ଗଞ୍ଜାମ ଜିଲ୍ଲା ର ଅନେକ ଥାନା ସ୍ଥାନ ପାଇଥିଲେ ମଧ୍ୟ ପୁରୁଷୋତ୍ତମପୁର ଏସଡିପିଓ ଏଵଂ କୋଦଳା ଥାନା ରେ କାର୍ଯ୍ୟରତ ଅଧିକାରୀ ତଥା ଥାନା କର୍ମଚାରୀ ମାନଙ୍କ ସାହାସିକତା ଏଵଂ କର୍ତ୍ତବ୍ୟ ନିଷ୍ଠ ମନୋଭାବ ପାଇଁ ଆଜି ସାରା ରାଜ୍ୟରେ ପ୍ରଗତି ଦସ ବୋର୍ଡ ରେଟିଙ୍ଗ ରେ ସର୍ବାଗ୍ରେ ରହି ଅଞ୍ଚଳ ପାଇଁ ତଥା ଗଞ୍ଜାମ ପୋଲିସ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି |
ଏ ନେଇ ଥାନା ଅଧିକାରୀ ଉମାକାନ୍ତ ସାହୁ କହିଛନ୍ତି ଯେ ଏକ ବର୍ଷ ର କଠିନ ପରିଶ୍ରମ ତଥା

ସମସ୍ତଙ୍କ ମିଳିତ ସହଯୋଗରେ ଆଜି କୋଦଳା ଥାନା ଗଂଜାମ ଜିଲ୍ଲା ର ପ୍ରଗତୀ ଦସ୍ ବୋର୍ଡ ମାର୍କିଂ ଅନୁଯାୟୀ ଆଗରେ ରହିଛି | ଏଵଂ ଥାନା ର ଏସଆଇ ଡୁଲୁ ମାଝୀ ମଧ୍ୟ ନିଜର କର୍ତ୍ତବ୍ୟ ନିଷ୍ଠ ମନୋଭାବ ପାଇଁ ରେଟିଙ୍ଗ ରେ ଆଗରେ ରହିଛନ୍ତି |ଏ ଇତିହାସ ଆପଣଙ୍କ ମାନକ ସହଯୋଗ, କୋଦଳା ଥାନା ର ସମସ୍ତ ଷ୍ଟାଫ ମାନଙ୍କ ଉତ୍ତମ କର୍ତ୍ତବ୍ୟ ,ନିଷ୍ଠା ଯୋଗୁଁ ହୋଇ ପାରିଛି ବୋଲି କହିଛନ୍ତି ଶ୍ରୀ ସାହୁ ।ଏପରି ଆଗକୁ ଏକତା ସହ ର କାର୍ଯ୍ୟ କରିବା ନିମନ୍ତେ ସବୁ ଷ୍ଟାଫ ମାନଙ୍କ ସମେତ କୋଦଳା ଜନସାଧରଣ ଙ୍କ ଆଶ୍ରିବାଦ କାମନା କରିଛନ୍ତି ।


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।