ଆସିକା(ଆମ ଓଡ଼ିଶା ଖବର )ତୁଳସୀ ଦୁଇ ପତ୍ରରୁ ବାସେ କଥା ଟି ଯେତିକ ମଧୁର ସେତିକି ପିଲାଟି ଦିନରୁ ପାଠ ପଢ଼ା ର ବିକଶିତ ହୋଇ ରାଜ୍ୟ ସ୍ତରରେ ମଧ୍ୟ ନାଁ ରଖିଥିବା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି।ଓଡିଶା ଡ଼ାକ ପରିମଣ୍ଡଳ ପକ୍ଷରୁ ଅନୁଷ୍ଠିତ ଦୀନ ଦୟାଲ ସ୍ପର୍ଶ ଯୋଜନା ୨୦୨୩ ଛାତ୍ର ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ରାଜ୍ୟ ସ୍ତରରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ର ସହିତ ମେଧାବୀ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ଚଳିତ ବର୍ଷର ସମଗ୍ର ରାଜ୍ୟରୁ ୨୫୭୭ଜଣ ଛାତ୍ର ଛାତ୍ରୀ ଫିଲାଟେଲିକ କ୍ଳବ୍ ଦ୍ଵାରା ଡ଼ାକ ଟିକଟ ସଂଗ୍ରହ କାରୀ ମଧ୍ୟ ଏହି ପରୀକ୍ଷା ଦେଇଥିଲେ।ସମଗ୍ର ରାଜ୍ୟରୁ ୧୦ଜଣ ପାଇଥିବାବେଳେ ଗଞ୍ଜାମ ଜିଲ୍ଲାର ଆସ୍କା ରୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବିଦ୍ୟାର୍ଥୀ ଜନ୍ମେଜୟ ମିଶ୍ର ନବମ ସ୍ଥାନ ହାସଲ କରିଛନ୍ତି। ତାଙ୍କ ସଫଳତା ପଛରେ ପିତାମାତା ସ୍କୁଲ ର ଗୁରୁଜୀ ଗୁରୁମା ଙ୍କ ଅନେକ ପ୍ରେରଣା ରହିଛି।ସେ ନବମ ଶ୍ରେଣୀର ଛାତ୍ର ଆସିକା ଏନ.ଏ.ଏସି.୧୧ ନମ୍ବର ଓ୍ବ।ଡ଼ ର ବରିଷ୍ଠ ଆଇନଜୀବି ଅଶୋକ କୁମାର ମିଶ୍ର ଓ ସଂସ୍କୃତ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ମିଶ୍ରଙ୍କ ଏକମାତ୍ର ପୁତ୍ର ଅଟନ୍ତି। ଡ଼ାକ ଟିକଟ ସଂଗ୍ରହ ପ୍ରତି ଆକୃଷ୍ଟ ଲାଗି ପ୍ରତିବର୍ଷ ୬୦୦୦ ଟଙ୍କା ଛାତ୍ର ବୃତ୍ତି ପ୍ରଦାନ କରାଯିବ। ରାଜ୍ୟର ନବମ ସ୍ଥାନ ହାସଲ କରିଥିବା ନେଇ ଆସିକା ଅଞ୍ଚଳର ବୁଦ୍ଧିଜୀବୀ ରାଜନୈତିକ ମହଲରୁ ପ୍ରଶଂସା ସହ ଶିକ୍ଷକ ଶୁଶାନ୍ତ ପଣ୍ଡା ଙ୍କ ପ୍ରେରଣା ରହିଛି।
ଦୀନ ଦୟାଲ ସ୍ପର୍ଶ ଯୋଜନା ୨୦୨୩ ପରୀକ୍ଷାରେ ଜନ୍ମେଜୟଙ୍କ ୯ମ ସ୍ଥାନ l

More Stories
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା। ପେଟଗୁଡା ଜଙ୍ଗଲରୁ ଧରାହେଲା, ମାଓବାଦୀ ହିଡ୍ମା କୁଞ୍ଜମ୍।
ସ୍ତ୍ରୀ ର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ l