ରିପୋର୍ଟ :ରାକେଶ
କୋଦଳା, (ଆମ ଓଡ଼ିଶା ଖବର )):ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଦ୍ୱାରା ସବୁ ରାଜ୍ୟରେ ପଞ୍ଚାୟତ,ଏନଏସି ଭିନ୍ନକ୍ଷମ, ଗରୀବ ଶ୍ରେଣୀର ଲୋକ, ଶ୍ରମିକ ଶ୍ରେଣୀର ଲୋକ ମାନଙ୍କ ପାଈଁ ସୁବିଧା ଦରରେ ଖାଉଟି ସାମଗ୍ରୀ ଯୋଗାଇ ଦେବା ଉଧ୍ୟେଶ୍ୟରେ ଏକ ଏସଏସ ମାର୍ଟ କୋଦଳା ସ୍ଥିତ ଦଣ୍ଡେଶ୍ୱର ଗେଟ ନିକଟସ୍ଥ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଉଦଘାଟିତ ହୋଇ ଯାଇଛି | ଏହି ଉଦ୍ଘାଟନୀ ସମାରୋହରେ ଆଡିସନାଲ ସେକ୍ରେଟାରୀ ଜତୀନ ମେହେର,ଆଷିଶ୍ ରାଉତରାୟ, ନ୍ୟାସନାଲ ସିଇଓ ସରଦେନ୍ଦୁ ସାମନ୍ତରାୟ, ସିଇଓ ସୁରେନ୍ଦ୍ର ସେଠୀ, ଆଡିସନାଲ ସିଇ ଓ ଟୁନା ସେଠୀ, ଜିଲ୍ଲା ଏରିଆ ମ୍ୟାନେଜର ଯୋଗେନ୍ଦ୍ର ସେଠୀ, ବ୍ରାଞ୍ଚ ମ୍ୟାନେଜର ସାରଥି ନାୟକ, ଆଡିସନାଲ ବ୍ରାଞ୍ଚ ମ୍ୟାନେଜର ଜଗନ ସେଠୀ, ମ୍ୟାନେଜର, ଚରଣ ନାୟକ ପ୍ରମୁଖ ଉପସ୍ଥିତ ରହି ଏହାକୁ ଶୁଭ ଉଦଘାଟନ କରିଥିଲେ | ଖାଦ୍ୟ ସାମଗ୍ରୀରେ ବିଶେଷ ରିହାତି ସହିତ ଆଗକୁ ଇଲେକ୍ଟ୍ରିକାଲ ସାମଗ୍ରୀ ମଧ୍ୟ ଖାଉଟି ପାଇ ପାରିବେ ବୋଲି ଜଣା ପଡିଛି | ଏହି କାର୍ଯ୍ୟକ୍ରମରେ ଅଞ୍ଚଳରୁ ବହୁ ମହିଳା, ପୁରୁଷ ଯୋଗଦେଇଥିଲେ |


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?