ରିପୋର୍ଟ :ଦିଲିପ ଦୁରିଆ
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫୁଣ୍ଡା ପଞ୍ଚାୟତ ଡୋକ୍ରିପଡା ଗ୍ରାମର ସୁଦର୍ଶନ ବାଗଙ୍କ ଘର ଉପରେ ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ବିଶାଳ ଗଛ ପଡି ଘର ନଷ୍ଟ ହୋଇଥିବା ଜଣା ପଡିଛି । ବୁଧବାର ରାତି ପ୍ରାୟ ୯.୦୦ ଟା ସମୟରେ ଘର ଲୋକ ଶୋଇଥିବା ବେଳେ ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ଗଛଭାଙ୍ଗି ଘର ଉପରେ ପଡିଥିବାରୁ ପରିବାର ମଧ୍ୟ ଅଳ୍ପକେ ବର୍ତ୍ତୀ ଯାଇଥିବା କୁହାଯାଉଛି । କୋଣସି ମତେ ଗ୍ରାମବାସୀ ସୂଚନା ପାଇ ଅଗ୍ନିଶମ ବିଭାଗ,ବୋରଗୁଡା ରାଜସ୍ବ ନିରୀକ୍ଷକ ତାପସ ମଙ୍ଗରାଜ,ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲଙ୍କୁ ଫୋନ ଯୋଗେ ଯୋଗାଯୋଗ କଲାପରେ ତୁରନ୍ତ ଅଗ୍ନିଶମ ବିଭାଗ, ରାଜସ୍ବ ନିରୀକ୍ଷକ ଓ ସମାଜସେବୀ ଘଟଣା ସ୍ଥଳକୁ ପହଞ୍ଚି ଘର ଉପରେ ପଡ଼ିଥିବା ଗଛ ଟିକୁ ଅଗ୍ନିସମ ବିଭାଗ ତରଫରୁ ଗଛଟିକୁ କାଟି ହଟାଇ ଥିବା ଜଣା ପଡିଛି । କିନ୍ତୁ ଘର ଅଧାରୁ ଅଧିକା ଅଂଶ ସପୂର୍ଣ ଚୁରମାର ହୋଇ ଯାଇଥିବା ମଧ୍ୟ ଦେଖିବାକୁ ମିଳୁଛି । ସୁଦର୍ଶନ ଏକ ଗରିବ ପରିବାର ଓ ଦିନ ମଜୁରୀଆ ହୋଇଥିବାରୁ ସେ ଘର କରିବା ପାଇଁ ମଧ୍ୟ ଆର୍ଥିକ ସମ୍ବଳ ନାହିଁ ତେଣୁ ସେ ଗୁଜୁରାଣ ମେଣ୍ଟାଇବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ପରିବାର ପକ୍ଷରୁ କୁହାଯାଉଛି । ତୁରନ୍ତ ଜିଲ୍ଲା ପ୍ରଶାସନ କ୍ଷୟକ୍ଷତି ଆକଳନ କରି ଘର ସହିତ ସହାୟତା ଯୋଗାଇ ଦେବା ପାଇଁ ଦାବୀ ହେଉଛି ।


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l