ଓବିସି, ଏସ ଟି, ଏସ ସି ସମାଜ ର ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା,ବୃତ୍ତିଗତ ଶିକ୍ଷା ଓ ବୈଷୟିକ ଶିକ୍ଷା ତଥା ସରକାରୀ ନିଯୁକ୍ତିରେ ଜନସଂଖ୍ୟା ଅନୁପାତରେ ସ୍ଥାନ ସଂରକ୍ଷଣ ଦାବି ନେଇ କଳାହାଣ୍ଡି ଓବିସି, ଏସ ଟି, ଏସ୍ ସି ମିଳିତ ମହାସଂଘ ପକ୍ଷରୁ କୋକସରା ବ୍ଲକ୍ ସମ୍ମୁଖରେ ଧାରଣା ଦେବା ସହ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଵେଶ୍ୱରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ଏକ ଆଠ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି ।ରାଜ୍ୟରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ପ୍ରାଥମିକ ଶିକ୍ଷକ ଓ କିରାଣୀ ପଦବୀ ନିଯୁକ୍ତି କୁ ସମ୍ପୂର୍ଣ ଜିଲ୍ଲା ଭିତ୍ତିକ କରିବା,ସିଟି, ବିଇଡି,+୨ ଓ +୩ ନାମ ଲେଖାରେ ନିଜ ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କୁ ୯୦% ସ୍ଥାନ ସଂରକ୍ଷଣ, ଶିକ୍ଷାର ଘରୋଇକରଣ ବନ୍ଦ୍ କରି ସମସ୍ତଙ୍କୁ ସମାନ ଶିକ୍ଷା ବ୍ୟବସ୍ଥା , ମଙ୍ଗଳ ବିଭାଗ ପକ୍ଷରୁ ପ୍ରତି ବ୍ଲକ୍ ରେ ଦୁଇଟି +୨ ଆବାସ ବିଦ୍ୟାଳୟ ଓ ଗୋଟିଏ +୩ ଆବାସ କଲେଜ ଖୋଲିବା,

ପ୍ରଶାସନିକ ସେବାରେ ପ୍ରତ୍ୟେକ ଜିଲ୍ଲାର ୧୦୦ ଜଣ ଓବିସୀ, ଏସ ଟି, ଏସ ଟି ଛାତ୍ର ଛାତ୍ରୀ ମାନଙ୍କୁ ଚୟନ କରି ମାଗଣା କୋଚିଙ୍ଗ ଦେବା, ପ୍ରତି ବର୍ଷ ରାଜ୍ୟ ସ୍ଥରରେ ଓବିଶୀ, ଏସ ଟି, ଏସ ସି ବର୍ଗର ୧୦୦ଜଣ ଛାତ୍ର ଛାତ୍ରୀ ମାନଙ୍କୁ ବିଦେଶରେ ମାଗଣାରେ ପାଠ ପଢ଼ିବାର ବ୍ୟବସ୍ଥା କରିବା ସହ ସିଟି , ସିୟୁସିଇଟି , ୟୁପିଏସସି, ଓ ଓପିଏସସି ଭଳି ବିଭିନ୍ନ ପରୀକ୍ଷା ଜିଲ୍ଲା ସ୍ଥରରେ କରିବା ନେଇ ତାଙ୍କ ତାବି ପତ୍ର ରେ ଉଲ୍ଲେଖ କରିଛନ୍ତି । ମିଳିତ ମହାସଂଘର ଆବାହକ ଡମ୍ବରୁଧର ଲହଜଲ ଙ୍କ ନେତୃତ୍ୱରେ ହୋଇଥିବା ଏହି ଗଣଧାରଣା ରେ ରତନ ନାଏକ,ଆଇନଜୀବୀ ଦିଗାମ୍ବର ଦୁରୀଆ,କୃଷ୍ଣ ନାଏକ, ଡାକେଶ୍ୱର୍ ଲହଜଲ, ଶ୍ୟାମ ନାଏକ,କୁଞ୍ଜ ଶୋରୀ,ଲଳିତ ମାଝୀ, ସୁନିଲ ଦୁରିଆ, ଲିଙ୍ଗରାଜ ବେହେରା,ମଧୁ ସାଗର,ଦିଗାମ୍ବର ନାଗ, ଜୟହରି ପଟେଲ, ପଙ୍କଜ ଠାକୁର,ବିକ୍ରମ ନାଏକ,ଲିଙ୍ଗରାଜ ବେହେରା, ମଣିଲାଲ ଶବର,ଖିରସିନ୍ଧୁ ବୋଡକିଆ, ଭୁବନେଶ୍ୱର ଦୁର୍ଗା, ତେଜରାଜ ଦୁରିଆ,ଘନଶ୍ୟାମ ଛତ୍ରିଆ ସମେତ ଶତାଧିକ କର୍ମକର୍ତ୍ତା ଗଣଧାରଣା ଯୋଗଦେଇଥିଲେ ।ଚଳିତ ଶିକ୍ଷା ବର୍ଷରେ ଉକ୍ତ ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ ।


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l