କଳାହାଣ୍ଡି -ଦାଦନ ଖଟିବାକୁ ଯାଇ ପୁଣି ଜଣେ ଦାଦନ ଶ୍ରମିକ ଙ୍କ ହାଇଦ୍ରାବାଦ ରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶ୍ରମିକ ଜଣକ ହେଲେ କୋକସରା ବ୍ଲକ୍ ମାଝିଗୁଦା ଗ୍ରାମର ଭିକାରୀ ବାଗ ୩୨ ବୋଲି ଜଣାପଡିଛି । ଘରର ଆର୍ଥିକ ସ୍ଥିତି ଠିକ୍ ନ ଥିବାରୁ ପରିବାର ପ୍ରତିପୋଷଣ ପାଇଁ ଆଜକୁ ୧୦ ତଳେ ନିଜ ଶକା ସହ ହାଇଦ୍ରାବାଦ କୁ ଯାଇଥିଲେ । ସେଠାରେ ଟାଟା ଏରୋ ପେକ୍ସ କମ୍ପାନୀ ଭରତ କନ୍ତ୍ରକାସନ୍ ଅଧିନରେ କାର୍ଯ୍ୟରତ ଥିଲେ । ସବୁ ଠିକ୍ ଠାକ୍ ଥିବା ବେଳେ ହଠାତ ମଙ୍ଗଳବାର ପାହାନ୍ତିଆ ସମୟରେ ଅସୁସ୍ଥ ହୋଇ ପଡ଼ିଥିଲେ । ତୁରନ୍ତ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଅଫଜଲ୍ ଗଞ୍ଜ ର ଓସମାନିଆ ଜେନେରାଲ ହସପିଟାଲ ରେ ଭର୍ତି କରାଯାଇଥିଲା ।

କିନ୍ତୁ ଚିକିତ୍ସା ଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଘରର ଏକ ମାତ୍ର ରୋଜଗାରିଆ ପୁଅ କୁ ହରାଇ ସ୍ତ୍ରୀ ତିନି ନାବାଳକ ଓ ବୃଦ୍ଧ ମା ବାପା ଦୁଃଖରେ ଭାଙ୍ଗି ପଡ଼ିଚ୍ଚିନ୍ତି ।ବୁଧବାର ଶବ ବ୍ୟବଚ୍ଛେଦ ପରେ କମ୍ପାନୀ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ଆଜି ସକାଳେ ମୃତ ଦେହ ଗାଁ କୁ ଫେରିଛି। ଅନ୍ୟପଟେ ମଙ୍ଗଳବାର ସନ୍ଧ୍ୟା ସମୟରେ ତାଙ୍କ ଶୋଇବା କୋଠରୀ ତକିଆ ତଳେ ଏକ ବିଷଧର ସାପ ରହିଥିବା ଦେଖିବାକୁ ପାଇଥିଲେ ତାଙ୍କ ସାଥୀ । ଫଳରେ ସୋଇଥିବା ଅବସ୍ଥାରେ ହିଁ ସାପ କାମୁଡି ଥିବା ସନ୍ଦେହ କରାଯାଉଛି । ତେବେ କାହିଁକି ଭିକାରୀ ଙ୍କ ମୃତ୍ୟୁ ହେଲା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ଜଣାପଡ଼ିବ । ପରିବାର ଅତି ଗରୀବ ଶ୍ରେଣୀ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି କରନ୍ତି ଗ୍ରାମବାସୀ ।



More Stories
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ l
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସାଂସ୍କୃତିକ ପାଠଚକ୍ର ।