ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ
କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ପାରିଗଡ଼ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପାରିଗଡ, ବିଭିନ୍ନ ସମସ୍ୟା ଦେଇ ଗତି କରୁଛି. ସରକାର ଶିକ୍ଷାର ଉନ୍ନତି ଲାଗି ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ବଣ, ପାହାଡ଼, ପର୍ବତ, ଜଙ୍ଗଲ ଘେରା ଦୁର୍ଗମ ଅଂଚଳରେ ଅବସ୍ଥିତ ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଉନଥିବା ମାନେ ହେଉଛି. ଏହି ବିଦ୍ୟାଳୟ ପ୍ରତି ପ୍ରଶାସନ ର ଉଦାସୀନତା ମନ ଭାବ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ମନରେ ଗଭୀର ଆଘାତ ଦେଉଛି. ବିଦ୍ୟାଳୟ 1955 ମସିହା ରେ ସ୍ଥାପିତ ହୋଇ 1987 ମସିହାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ରୂପାନ୍ତରିତ ହେଲା ଏବଂ 2009 ରେ ଏହା ଏକ ହାଇସ୍କୁଲ ରେ ପରିଣତ ହେଲା. କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ଏତେ ପୁରୁଣା ବିଦ୍ୟାଳୟ ବହୁ ସମସ୍ୟା ଭିତରେ ଗତିକରୁଛି. ବିଦ୍ୟାଳୟ କୁ ଯିବାକୁ ପକ୍କା ରାସ୍ତା ଟିଏ ନାହିଁ. ବର୍ଷା ଦିନରେ ବିଦ୍ୟାଳୟ ଭିତରେ ଆଣ୍ଠୁ ଟେ ଲେଖାଏଁ ପାଣି ଜମି ଯାତାୟତ ରେ ଅସୁବିଧା ସୃଷ୍ଟି କରେ ବିଦ୍ୟାଳୟ ଆଜବେଷ୍ଟ ଓ ଛାତ ରୁ ପାଣି ଗଳୁଛି. ଛାତ ଫାଟି ରୋଡ଼, ସିମେଣ୍ଟ ଖଣ୍ଡ ଖଣ୍ଡ ପଡୁଛି. ପାଣି ଗାଳିବା ଦ୍ଵାରା ଛାତ୍ର ଛାତ୍ରୀ ମାନେ ବାରଣ୍ଡା ରେ ବସି ଶିକ୍ଷା ଅଧ୍ୟାୟନ କରନ୍ତି. ଏଠାରେ 100 ରୁ ଉର୍ଦ୍ଧ ଛାତ୍ରୀ ରହି ପାଠ ପଡ଼ିଥାନ୍ତି. କିନ୍ତୁ ଆଜି ପର୍ଯ୍ୟନ୍ତ 5 ଟି ଗୃହ କାମ ସରି ନାହିଁ.ଫଳରେ ପିଲାମାନଙ୍କ ପାଠ ପଢା ସହିତ ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି ହେଉଛି. ଏହି ବିଦ୍ୟାଳୟ ରେ ପାରିଗଡା ପଦାସାହି, ଓଡ଼ିଆସାହି, ଗୁତୁମିଲା, ବାଲିଗାଡା, ବାଡ଼ୁସ, ଲାଞ୍ଜମୀ, ହୋଦଗାଁ, ନୂଆ ବରିକିଆ, ପୁରୁଣା ବରିକିଆ, ବାତାଡି, ମଣ୍ଡଳ ଜିଡିଙ୍ଗ ସମେତ ଅନ୍ୟ ଗ୍ରାମ ଗୁଡ଼ିକରୁ ଛାତ୍ର ଛାତ୍ରୀ ଆସି ଶିକ୍ଷା ଅଧୟନ କରିଥାନ୍ତି. ଏହି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ 260 ଜଣ ଛାତ୍ର ଛାତ୍ରୀ ଅଧୟନ କରୁଛନ୍ତି. ଉକ୍ତ ପାରିଗଡା ଗ୍ରାମରେ 4000 ହଜାର ଲୋକେ ବସବାସ କରନ୍ତି. ବିଦ୍ୟାଳୟ ର ମୁଖ୍ୟ ସମସ୍ୟା ଶ୍ରେଣୀ ଗୃହ ଅଭାବ,10 ଟି ଶ୍ରେଣୀକୁ 4 ଟି ଶ୍ରେଣୀଗୃହ, ଶିକ୍ଷକ ଅଭାବ, ଖେଳ ପଡିଆ ନାହିଁ, ରସେଇ ଗୃହ ନାହିଁ, ଅଫିସ ଗୃହ ନାହିଁ,ପାଚେରୀ ନାହିଁ, ବିଜ୍ଞାନ ଗୃହ ନାହିଁ,ଷ୍ଟାପ ରହିଵା ପାଇଁ ଗୃହ ନାହିଁ,ସଚ୍ଚାଳୟ ଟିଏ ନାହିଁ, ପାନୀୟ ଜଳର ଘର ସମସ୍ୟା. ଏହି ସବୁ ସମସ୍ୟା ଥିଲେ ଶୁଦ୍ଧ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ ଓ ଆଠ ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିୟମିତ ରହି ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ କରିଥାନ୍ତି. ସୁବାସ ଚନ୍ଦ୍ର ସାହୁ ପିଲାଙ୍କ ଘର ଘରକୁ ଯାଇ ପିଲାମାନଙ୍କୁ ଡାକି ଶିକ୍ଷା ଦାନ କରିବ ସାଙ୍ଗକୁ ବଡ ପରୀକ୍ଷା ରେ ପିଲାମାନେ କିପରି ଖ୍ୟାତି ଅର୍ଜନ କରିବେ ସେଥି ପ୍ରତି ଦୃଷ୍ଟି ଦେଵା ସହିତ ଗରିବ ପିଲା ମାନଂକୁ ଖାତା, ପେନ, କମ୍ପାସ ନିଜ ହାତରୁ କିଣି ଦେଇ ସାହାଯ୍ୟ ସହଯୋଗ କରିଥାନ୍ତି. ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ସୀପନ ବଡ଼ ମାଝୀ ଓ ଅଭିଭାବକ ଦଣ୍ଡପାଣି ପ୍ରଧାନ,ମହାଦେବ ପାତ୍ର, ଗଣେଶ ପାତ୍ର, ବିନୋଦ ଦଳ ବେହେରା କହିବା ଅନୁଯାଇ ତୁରନ୍ତ ସମସ୍ୟା ଗୁଡିକୁ ସମାଧାନ କରାନଗଲେ ଆଗାମୀ ଦିନରେ ବିଦ୍ୟାଳୟ ତାଲା ପକାଇ ବି ଇ ଓ ଅଫିସ ଆଗରେ ର ଧାରଣାରେ ବସିବୁ. ଏଣୁ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଉକ୍ତ ସମସ୍ୟା ଟି କୁ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି.


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।