ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା :12/10. ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଓଡିଶା କୋଠା ବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ହରଭଙ୍ଗା ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି!ଉକ୍ତ ସହାୟତା ଶିବିରରେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପଞ୍ଚାୟତ ରାଜ,ପାନୀୟ ଜଳ,ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ପାଳ ନୃସିଂହ ଚରଣ ସ୍ୱାଇଁ ଓ ହରଭଙ୍ଗା ତହସିଲଦାର ଶିବାନୀ ଦାସ ଯୋଗଦେଇ ଥିଲେ!ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ, ସବିତା କୁମାରୀ ନାଏକ ଉପସ୍ଥିତ ରହିଥିଲେ!ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରମିକ ହିଁ ଓଡିଶା ର ଶକ୍ତି ଶ୍ରମିକ ଉନ୍ନତି ରାଜ୍ୟ ଓ ଦେଶ ର ଉନ୍ନତି ବୋଲି ମତ ରଖିବା ସହିତ ଶ୍ରମିକ ସଶକ୍ତିଙ୍କ କରଣ ପାଇଁ ସରକାର ମାତୃ ଗର୍ଭ ଠୁ ଅନେଷ୍ଟି କ୍ରିୟା ପର୍ଯ୍ୟନ୍ତ କରିଥିବା ମହତ ଯୋଜନା ଉପରେ ଆଲୋକ ପାତ କରିଥିଲେ!ତତ ପରେ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ!ହରଭଙ୍ଗା ବ୍ଲକ ରେ ଥିବା ବିଭିନ୍ନ ଶ୍ରେଣୀର ନିର୍ମାଣ ଶ୍ରମିକ ଙ୍କୁ ବିବାହ କାଳୀନ ସହାୟତା ରାଶି 473ଜଣଙ୍କୁ 2କୋଟି 36ଲକ୍ଷ 75ହଜାର, ଶିକ୍ଷା ସହାୟତା ରାଶି 208ଜଣଙ୍କୁ 11ଲକ୍ଷ, ମୃତ୍ୟୁ କାଳୀନ ସହାୟତା ରାଶି 2ଜଣଙ୍କୁ 4ଲକ୍ଷ,ଅନ୍ତେଷ୍ଟି କ୍ରିୟା ପାଇଁ ଜଣଙ୍କୁ 5ହଜାର ସମୁଦାୟ 2କୋଟି 51ଲକ୍ଷ 80ହଜାର ଟଙ୍କାର ଡୋମୀ ଚେକ ଭାବେ ଅତିଥି ମାନଙ୍କ କର କମଳରେ ପ୍ରଦାନ କରାଯାଇଥିଲା! ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ର 22ଗୋଟି ପଞ୍ଚାୟତ ର ଶ୍ରମିକ ଉପସ୍ଥିତ ରହିଥିଲେ!
ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରେ 2କୋଟି 50ଲକ୍ଷ ରୁ ଉର୍ଦ୍ଧ ରାଶି ବଣ୍ଟନ…


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ