ରିପୋର୍ଟ -ଜଗନ୍ନାଥ ମହାନ୍ତ
ତେଲକୋଇ -କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଟଣ ପଞ୍ଚାୟତ ଅନ୍ତର୍ଗତ ବେଣିଡିହି ଗ୍ରାମରେ ସାପ କାମୁଡାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ଦିଗ ସନଙ୍ଗୀ। ଗତକାଲି ରାତିରେ ସ୍ବାମୀ ସ୍ତ୍ରୀ ଘର ଚଟାଣରେ ଶୋଇଥିବା ବେଳେ ଏକ ପାହାଡିଆ ଚିତି ସାପ କାମୁଡି ଦେଇଥିଲା।ପରିବାର ଲୋକେ ସେ ସାପଟିକୁ ଧରି ମାରି ଦେଇଥିଲେ।ପରେ ଗୁଣିଆ ଦ୍ବାରା ଝଡାଫୁଙ୍କା କରିଥିଲେ।ସେଥିରେ ବିଫଳ ହେବାରୁ ତେଲକୋଇ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l


More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l