ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି -ତା.20/7/2023 ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ଗ୍ରାମପଞ୍ଚାୟତ ମେଡିକାଲ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ସ୍କୁଲ ଛାତ୍ର, ଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା | ସ୍କୁଲ ପରିଚାଳନା କମିଟିର ସଭାପତି ଶରତକୁମାର ମେହେର ଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଚନ୍ଦ୍ରିକା ଧୂରୁଆ, ପୂର୍ବତନ ସରପଞ୍ଚ ଦଶରଥ ଧୂରୁଆ,

ସ୍କୁଲ ପରିଚାଳନା କମିଟି ସଦସ୍ୟ ନେପୁର ଗୋପାଳ, ଜୟରାମ ବାଘ, ଅମରଚନ୍ଦ ଗୋପାଳ, କୁନ୍ତୀ ବାଘ, ମମତାଜ ବାନୋ, ଯଶୋଦା ଶୋରୀ, ସାବିତ୍ରୀ ଗୋପାଳ ଙ୍କ ଉପସ୍ଥିତିରେ ସମସ୍ତ ଛାତ୍ର, ଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିବା ସହ ଛାତ୍ର, ଛାତ୍ରୀଙ୍କୁ ପ୍ରତ୍ୟହ ସ୍କୁଲ ଆସି ଭଲ ପାଠ ପଢି ସ୍କୁଲ ର ନାମ ରଖିବାକୁ ପରାମର୍ଶ ଦେଇଥିଲେ, | ସ୍କୁଲ ର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସୁନା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସହକାରୀ ଶିକ୍ଷକ ଯୁଗେଶ୍ୱର ଗୋପାଳ ଓ ବେହେରାମୁଣ୍ଡା ଗ୍ରାମବାସୀ ଜୟରାମ ପାଣ୍ଡେ, ନେପାଳ ମେହେର, ସିନ୍ଧୁରାମ ପାଣ୍ଡେ, ଆସିଫ ଖାଁ ପ୍ରମୁଖ ସହଯୋଗ କରିଥିଲେ |

More Stories
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।
ବଡ଼ ମଣିଷ ନୁହେଁ ଭଲ ମଣିଷ ହେବା ଆବଶ୍ୟକ ; ବିଧାୟକ