ରିପୋର୍ଟ :- ଜଗନ୍ନାଥ ମହାନ୍ତ
କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ତେଲକୋଇ ବ୍ଲକ ପରିସରରେ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣୀ ଶିବିରରେ ୨୬୬ଟି ଅଭିଯୋଗ ଶୁଣାଣୀ କରାଯାଇଛି।୩୫ ଜଣ ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀ ଚାଳିତ ହୋଇଲ ଚେୟାର ପ୍ରଦାନ କରାଯାଇଛି।ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ପିଡି ଡିଆରଡିଏ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ,ଏଡିଏମ୍ ଯଦୁମଣି ମହାଲା, ସି.ଡି.ଏମ ଓ ଡାକ୍ତର କିଶୋର ଚନ୍ଦ୍ର ପୃଷ୍ଟି,ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୋ, ଅତିରିକ୍ତ ଏସ ପି ଏ କୁଜୁର,ଡେପୁଟି କଲେକ୍ଟର ସୁଚିସ୍ମିତା ଦାସ,ଡିଇଓ ପୂର୍ଣ୍ଣଚନ୍ଦ୍ର ସେଠୀ,ଡିଡବ୍ଲୁଓ ପ୍ରବୀର କୁମାର ଦେଓଙ୍କ ସହିତ କ୍ଷୁଦ୍ର ଜଳସେଚନ,ଶ୍ରମ,ଖାଦ୍ୟ ଯୋଗାଣ ଓ ଖାଉଟି,ସମାଜ ମଙ୍ଗଳ,ମହିଳା ଓ ଶିଶୁ ବିକାଶ ତଥା ବନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।ଆବାସ ଯୋଜନା,ବିଦ୍ୟୁତ,ରାସ୍ତା,
ଭତ୍ତା, ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟ ଜଳ ପ୍ରଭୃତି ଉପରେ ଅଭିଯୋଗ ହୋଇଥିଲା।ବିଡିଓ ଶାନ୍ତନୁ କୁମାର ନାୟକ,ତହସିଲଦାର ଅଶ୍ବିନୀ କୁମାର ନାଏକ,ଆଇଆଇସି ବିଜୟ କୁମାର ବିହାରୀ,ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରୀତିଶ ଆଚାର୍ଯ୍ୟ,ରେଞ୍ଜର ଶିବାଜୀମୋହନ ରାଓ,ଅବକାରୀ ଏସଆଇ ସ୍ମିତା ବେହେରା,ବିଇଓ ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ।


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ