ବିଜେଡି ସରକାରର ଭ୍ରଷ୍ଟାଚାର ଓ ଦୃନୀତି ବିରୋଧରେ ଆନ୍ଦାଳନ ସହିତ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ l

ରିପୋର୍ଟ :- ଜଗନ୍ନାଥ ମହାନ୍ତ

ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ସିରିଗିଡା ମଣ୍ଡଳ ବିଜେପି  ତରଫରୁ   କାଳିଆହତା  ଗ୍ରାମ ପଞ୍ଚାୟତ ଆଗରେ ଆନ୍ଦୋଳନ, ବିକ୍ଷୋଭ ପଦର୍ଶନ  ମଣ୍ଡଳ ସଭାପତି ଶ୍ରୀ ପାଣ୍ଡବ ଚରଣ ମହାନ୍ତ ଙ୍କ ନେତୃତ୍ବରେ  ୭ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ନେଇ ପଞ୍ଚାୟତ ସମୁଖରେ ଧାରଣ ଦେଇଥିଲେ ।  ଆଜିର ଏହି କାର୍ଯ୍ୟକ୍ରମରେ ଆଶାୟୀ ବିଧାୟକ ପ୍ରାଥୀ ଡାକ୍ତର ଫକୀର ମୋହନ ନାଏକ  ଯୋଗଦାନ କରି  ତାଙ୍କ ଅଭିଭାଷଣ ରେ ବିଗତ ଦିନରେ ଏହି  ଗ୍ରାମ ପଞ୍ଚାୟତ ରେ ବ୍ୟାପକ ଅନିୟମିତତା କରି ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପ୍ରଦାନ କରାଯାଇଥିବା  ପ୍ରକାଶ କରିବା ସହିତ ମନରେଗା ଯୋଜନାରେ ହେରାଫେରି , ଭତା  ପ୍ରଦାନ ରେ ଦୁର୍ନୀତି , ପାଇଖାନା  , ଏସ୍.ଏଫ୍ .ସି  . ଓ  ପାଞ୍ଚ ଦଶ ଅର୍ଥ କମିଶନ  , ୫ ଟି ସ୍କୁଲ ମରାମତି କରି ପ୍ୟାପକ  ଦୁର୍ନୀତି ଅଭିଯୋଗ  ସବୁର ତୁରନ୍ତ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ  ଦାବି କରିଥିଲେ  । ଏହାର ବ୍ୟତିକ୍ରମ ହେଲେ ଆଗାମୀ ଦିନରେ ବ୍ୟାପକ  ଆନ୍ଦୋଳନ  କରାଯିବ  , ସେଥି ପାଇଁ ରାଜ୍ୟ ସରକାର ଦାୟୀ ରହିବେ  ବୋଲି ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ  ମଣ୍ଡଳ ବିଜେପି ର  ସାଧାରଣ ସଂପାଦକ  ଶ୍ରୀ ଜଗନ୍ନାଥ ମହାନ୍ତ, ଯୁବମୂର୍ଛା ସଭାପତି ଚିଦାନନ୍ଦ ସାହୁ, ପୂର୍ବତନ ମଣ୍ଡଳ ସଭାପତି ମଧୁସୂଦନ ବାରିକ, ପଞ୍ଚାୟତ ପ୍ରମୁଖ ଅନିଲ ମହାନ୍ତଙ୍କ ସହିତ ବହୁ କର୍ମକର୍ତ୍ତା ନିରଞ୍ଜନ ସାହୁ, ଦୁଃଖବନ୍ଧୁ ବେହେରା , ବରିଷ୍ଠ କାର୍ଯ୍ୟକର୍ତା  ମନରଞ୍ଜନ ମହାନ୍ତ, ପ୍ରଶ୍ନ ନାୟକ,ଦିବାକର ମହାନ୍ତ , ବୁଦ୍ଧଦେବ ମହାନ୍ତ,ଅଜିତ ମହାନ୍ତ, ରବି ନାଏକ, ରଞ୍ଜନ ନାଏକ, ମଣ୍ଟୁ ନାଏକ, ବିନୟ ମହାନ୍ତ,ଚକ୍ରା ଅଲଦା, ପଦ୍ମଲୋଚନ ମହାନ୍ତ, ନୀଳାଦ୍ରି ମହାନ୍ତ, ଚନ୍ଦ୍ର ମହାନ୍ତ, ଚକ୍ର ମୁଣ୍ଡା, ମଞ୍ଜୁରା ମୁଣ୍ଡା, ଯଦୁମଣି ମୁଣ୍ଡା, ସପ୍ନା ମୁଣ୍ଡା ପ୍ରମୁଖ ଦଳୀୟ ନେତୃବନ୍ଦଙ୍କ ସହିତ ଶତାଧିକ କାର୍ଯ୍ୟକର୍ତା କାର୍ଯ୍ୟ କ୍ରମରେ ଯୋଗଦାନ କରି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ କଲେ  ଏଥିରେ ଅତ୍ୟନ୍ତ ଖୁସି ହୋଇ ମଣ୍ଡଳ ସଭାପତି ପାଣ୍ଡବ ଚରଣ ମହାନ୍ତ ସମସ୍ତ କାର୍ଯ୍ୟ କର୍ତାଙ୍କୁ ଧନ୍ୟବାଦ ଅର୍ପଣ କଲେ |
ଭାରତ ମାତାକି ଜୟ

error: Content is protected !!