(ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ )
ଭଲ ରାସ୍ତାଟିଏ ନଥିବାରୁ ନାହିଁନଥିବା ଯାତାୟତ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ଏଭଳି ଅଭାବନୀୟ ପରିସ୍ଥିତିରେ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତରେ । 59 ନଂ ଜାତୀୟ ରାଜପଥ ଠାରୁ ଡାବୁଲକିଆ ଗାଁକୁ ଯିବାପାଇଁ ହେଲେ ଚାରି କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼େ ।ହେଲେ ସରକାର ଲୋକଙ୍କ ଗମନାଗମନ ନିମନ୍ତେ କୋଟି କୋଟି ଟଙ୍କା ବିନିଯୋଗ କରୁଥିବା ବେଳେ ସବୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଅଛନ୍ତି ଡାବୁଲକିଆ ଗ୍ରାମବାସି ।ସୂଚନା ମୁତାବକ ସେହି ଗ୍ରାମଟି ଆଜକୁ ପ୍ରାୟ ଦୀର୍ଘ ସତୁରୀ ବର୍ଷରୁ ଉର୍ଦ୍ଧ୍ବ ହେବ ଲୋକମାନେ ବସବାସ କରୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସବୁ ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ ।ଅନ୍ୟ ପକ୍ଷରେ ଯଦି ଦେଖିବା ବର୍ତ୍ତମାନ ସେହି ଅଞ୍ଚଳର ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇଁ ବାଧ୍ୟ ହୋଇ ଘଞ୍ଚ ଜଙ୍ଗଲ ଗୁଡ଼ି ମାଟି ଓ ପାହାଡ଼ ପର୍ବତ ଅତିକ୍ରମ କରି ବର୍ଷା ଦିନେ ବହୁତ କଷ୍ଟରେ ଆସି ପାଠ ପଢିବା ଦେଖିବାକୁ ମିଳିଛି ।ଏ ବାବଦରେ ସେହି ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ପାଇପାରି ନଥିବା କହିଛନ୍ତି ଗ୍ରାମବାସୀ ।


More Stories
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l
ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍।