ଖୋର୍ଦ୍ଧା ଚିଲିକା ଦିନ ପୂର୍ବରୁ କୁମ୍ଭାର ମାନଙ୍କ ବୃତ୍ତି ଆପଣାଇ ମାଟିରେ ତିଆରୀ କୁମ୍ଭ, ମାଠିଆ, ଦ୍ୱୀପ, ଘଡି, ସରା, ଏପରିକି ବିଭିନ୍ନ ଆସବା ପତ୍ର ତିଆରିରେ ମଗ୍ନ ରହୁଥିଲେ l ଯାହାବି ତିଆରି କରନ୍ତି ଅତି ସୁନ୍ଦର ଭାବରେ ମାଟିକୁ ଚକଡି ସେଥିରେ ମାଟିରେ ତିଆର ସାମଗ୍ରୀ ବନାଇ, ବିଭିନ୍ନ ଦୋକାନ ବଜାରରେ ବିକ୍ରି କରୁଥିବା ଦେଖିବାକୁ ମିଳେ, ଉଦାହରଣ ମାଟି ହାଣ୍ଡି ରେ ରୋଷେଇ କଲେ ସୁସଦୁଆ ଭୋଜନ ପ୍ରସ୍ତୁତି ହୋଇ ପାରୁଥିଲା l ମାଟି ପାତ୍ର ରେ ଜଳ ରଖିଲେ ଥଣ୍ଡା ରୁହେ ସେହି ଜଳ କୁ ପାନ କରି ଆତ୍ମସନ୍ତୋଷ ଲାଭ କରୁଥିଲେ ଏହି ମଣିଷ ସମାଜ l କିନ୍ତୁ ଆଜିର ଦିନରେ ମନୁଷ୍ୟ ସମାଜ ଯେତିକି ଉର୍ନ୍ନତି କରୁଛି ସେତିକି ପୂର୍ବରୁ ଥିବା ଆସବା ପତ୍ର କୁ ଭୁଲି ଯାଉଚି , ସୁନା, ରୁପା, ପିତଳ, କଂସା, ତମ୍ବା ବ୍ୟବହାର କରୁଥିବା ଦେଖିବାକୁ ମିଳେ ପରେ ପରେ ପ୍ଲାଷ୍ଟିକ ର ଆବିର୍ଭାବ ହେବା ଦିନ ଠାରୁ ପ୍ଲାଷ୍ଟିକ ତିଆର ସାମଗ୍ରୀ ଉପରେ ବ୍ୟବହାର ଦ୍ରୁତ ଗତିରେ ହେଉଛି ଯାହା ଫଳରେ ପ୍ଲାଷ୍ଟିକ ଓ ଜରି ବ୍ୟବହାର କରି ପଦାକୁ ଫିଙ୍ଗି ଦେଉଥିବା ନଜରକୁ ଆସୁଛି ଏହା ଦ୍ୱାରା ମାଟିରେ ପଡିରହିଥିବା ପ୍ଲାଷ୍ଟିକ ଓ ଜରି ଯୋଗୁଁ ଫସଲ କରିବାରେ ବାଧା ଉପୁଜିବା ପରିସ୍ଥିତି ଦେଖିବାକୁ ମିଳୁଛି,

ମାଟିରେ ତିଆର ସାମଗ୍ରୀ କୁ କିଏ ପଚାରେ, କିନ୍ତୁ ବୃତ୍ତି କରୁଥିବା କୁମ୍ଭାରଙ୍କ ତେଲ ଲୁଣର ସଂସାର ଉଜୁଡି ଯିବାକୁ ବସିଲାଣି l କୁମ୍ଭାର ଜାତି ଆଉ ଆଗପରି ମାଟିରେ ତିଆର ସାମଗ୍ରୀ ଉପରେ ଜୋର ନଦେଇ ସୁଦୂର ଦେଶ ବିଦେଶ ବାହାରକୁ ଯାଇ ରୋଜଗାର କରିବାକୁ ମନ ବଳେଇଲେଣି,ଧୀରେ ଧୀରେ ପ୍ଲାଷ୍ଟିକର ଚାହିଦା ବଢୁଥିବା ଯୋଗୁଁ ଦୁର୍ଦଶା ରେ କୁମ୍ଭାର ଜାତି, ତଥାପି କିଛି କୁମ୍ଭାର ନିଜେ ନିଜ ବେଉସା କୁ ଅଳ୍ପ ବହୁତ ବିଭା ପୁଆଣୀ ଓ ମନ୍ଦିର କାମ ପାଇଁ କିଛି ମାଟିରେ ତିଆର ସାମଗ୍ରୀ କରି ନଜେ ନିଜର ଗୁଜରଣ ନିର୍ବାହ କରୁଛନ୍ତି l କିନ୍ତୁ ଆଗ ଅପେକ୍ଷା ବହୁତ କମ, କୁଶଳ କାରିଗରୀ ହାତ ଏବେ ବାନ୍ଧି ହେବାକୁ ବସିଲାଣି, ଏହି ମଣିଷ ସମାଜରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗ, ପରିବେଶ ସନ୍ତୁଳନ ଖରାପ ହେଉଥିଲେ ବି ଲୋକେ ଛାଡି ପାରୁନାହାନ୍ତି l ସରକାର ଯଦି ଏହି କୁମ୍ଭାର ଜାତି କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଉପାୟରେ ରୋଜଗାର ପନ୍ଥା ବାହାର କରନ୍ତେ ତା ହେଲେ ମାଟିରେ ତିଆରି ଖେଳନା ଠାରୁ ଆରମ୍ଭ କରି ବିଭିନ୍ନ ମୂର୍ତ୍ତି ଓ ହଜିଯାଉଥିବା ଆସବା ପତ୍ର ପୁଣି ଗଢି ପାରନ୍ତେ ରାଜ୍ୟ ଓ ଦେଶର ସୌନ୍ଦର୍ଯ୍ୟ ବଢିପାରନ୍ତl କିଛି ଦୁଇ ପଇସା ପାଇଁ ନିଜ ପରିବାର ପ୍ରତିପୋଷଣ କରିପାରନ୍ତେ, ବାହାର ରାଜ୍ୟ କୁ କାମ କରିବାକୁ ନ ଯାଇ ନିଜେ ସ୍ୱାବଲମ୍ବୀ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମାନେ ଯାହା ମତ ପ୍ରକାଶ କରୁଛନ୍ତି!!


More Stories
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ