ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ସରଧାପୁର ଗ୍ରାମରେ ତା -19 ଠାରୁ 21 ତାରିଖ ପର୍ଯନ୍ତ ତିନିଦିନ ଧରି ହୋଇଛି ମୁସଲମାନ ସମ୍ପ୍ରଦାୟ ର ଏକ ରାଜ୍ୟ ସ୍ତରୀୟ ଇଯତମା ଓଡ଼ିଶାର କୋଣ ଆଣୁକୋଣରୁ ଏକଲକ୍ଷ ରୁ ଉର୍ଦ୍ଧ ସଂଖ୍ୟାରେ ଲୋକଙ୍କ ଏଠାକୁ ସୁଅ ଛୁଟୁଛି.ଏଠାରେ ତିନିଦିନ ଧରି ଏହି ଇଯତମା ହୁଏ ଏଠାରେ ପହଂଚୁଛନ୍ତି ବଡ ବଡ ଧର୍ମଗୁରୁ.ପ୍ରତେକ ରାଜ୍ୟରେ ବର୍ଷକୁ ଥରେ ଇଯତମା ହୁଏ ଏହାହେଉଛି ଏକ ଭାଇଚାରା ର ମିଳନ ଏଠୁ ବହୁ ସଂଖ୍ୟାରେ ଜମାତ କାମପାଇଁ ଦେଶ ବିଦେଶକୁ ଯାନ୍ତି ଆଲ୍ଲାହା ଙ୍କର ନୀତିନିୟମ ରେ ନିଉଦିଲ୍ଲୀ ହଜରତ ନିଜାମୁଦିନ ମାର୍କଜ ରୁ ଆସିଥିବା ଧର୍ମଗୁରୁ, ମହମଦ୍ ସଲ୍ଲଲ ଲାହୁ ଅଲେହୁସାଲଲାମ ଙ୍କ ଧାରାରେ ଜୀବନ ଅନୁସରଣ କରିବାକୁ, ଜମା ହୋଇଥିବା ଶ୍ରଦ୍ଧାଳୁ ଙ୍କୁ ପ୍ରବଚନ ରେ ବୁଝାଇନ୍ତି l ଏହି ଧାର୍ମିକ କାମରେ ଖୋର୍ଦ୍ଧା ଜିଲ୍ଲା ସରଧାପୁର ଆଖପାଖ ଗ୍ରାମର ସମସ୍ତ ହିନ୍ଦୁ ମୁସଲିମ ଜମିଜମା ଠୁ ଆରମ୍ଭ କରି ପ୍ରତେକ ପ୍ରକାର ସହଯୋଗ ସାହାଯ୍ୟ କରିଥିଲେ l ଜିଲ୍ଲାର ସମସ୍ତ ପ୍ରଶାସନ ଦମକଳ ବାହିନୀ ଠୁ ଆରମ୍ଭ କରି ପୋଲିସ ଓ ଟ୍ରାଫିକ ପୋଲିସ ତିନିଦିନ ଧରି ସହଯୋଗ କରିଥିଲେ l
ଖୋର୍ଦ୍ଧା ସରଧାପୁରରେ ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା ଇଯତମା, ଏକଲକ୍ଷ ରୁ ଅଧିକ ଜମା ହୋଇଥିଲେ ଶ୍ରଦ୍ଧାଳୁ l

More Stories
ରଥ ଟଣାରେ ସାଙ୍ଘାତିକ୍ ବିଭ୍ରାଟ, ନନ୍ଦିଘୋଷ ରଥ ଟଣା ହେବା ପୂର୍ବରୁ ଦଉଡ଼ି ଉଭାନ।
ବିଏମସି ଅଫିସରେ ଗୁଣ୍ଡାରାଜ, ଅତିରିକ୍ତ କମିଶନରଙ୍କୁ ଘୋଷାଡି ଘୋଷାଡି ପିଟିଲେ।
ଜେଲବନ୍ଦୀଙ୍କୁ ସମ୍ମାନୀତ କଲେ ରାଜ୍ୟ ସରକାର: ବୋଲଗଡ଼ ଅଞ୍ଚଳରେ ସମ୍ବର୍ଦ୍ଧିତ ହେଲେ ହରିହର