ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ନିରାକାରପୁର,୨୭/୧ ଛଣଗିରି ମା”ଭଗବତୀ ଫୁଟୁବଲ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ଫୁଟୁବଲ ମ୍ୟାଚର ପ୍ରଥମ ଦିବସ ଖେଳ ସ୍ଥାନୀୟ ଖେଳ ପଡିଆଠାରେ ଆଜି ଅନୁଷ୍ଠିତ ହୋଇଯାଇଛି |ଆଜି ମ୍ୟାଚରେ ଏସ ପି ଏମ ଫୁଟବଲ କ୍ଲବ ବିଶାଖାପାଟଣା ବନାମ ଥ୍ରୀ ଷ୍ଟାର ଫୁଟବଲ କ୍ଲବ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା |ଖେଳ ଶେଷସୁଦ୍ଧା ୩/୧ଗୋଲରେ ବିଶାଖାପାଟଣା ବିଜେତା ହୋଇଛି |ଆଜିର ଖେଳକୁ ସଫି କୁଲ ଖାନ, ଅମିତ ନାୟକ, ନିରଞ୍ଜନ ସାମନ୍ତରାୟ ଏବଂ ଲକି ସାମନ୍ତରାୟ ପରିଚାଳନା କରିଥିଲେ |ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ଯୋଗଦେଇ ବକ୍ତବ୍ୟ ରେ ପ୍ରକାଶ କରିଥିଲେ କି ଖେଳ ଦ୍ୱାରା ମାନସିକ ସ୍ଥିରତା, ଶାରୀରିକ ବିକାଶ, ଏକାଗ୍ରତାଓ ଭାଇଚାରା ଭାବ ସୃଷ୍ଟି ହେବା ସହ ଶରୀର ସୁସ୍ଥ ରହିଥାଏ ବୋଲି ଖେଳାଳି ମାନଙ୍କୁ ଉପଦେଷ ଦେଇଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ସଭାପତି ମନ ରଞ୍ଜନ ସାମନ୍ତରାୟ , ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିଲେ ପୂର୍ଣ୍ଣିମା ମହାପାତ୍ର, ସରପଞ୍ଚ, ରମାକାନ୍ତ ମହାପାତ୍ର, ତୋଫାନ ବରିଷଲ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ |


More Stories
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।