ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ନିରାକାରପୁର,୨୭/୧ ଛଣଗିରି ମା”ଭଗବତୀ ଫୁଟୁବଲ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ଫୁଟୁବଲ ମ୍ୟାଚର ପ୍ରଥମ ଦିବସ ଖେଳ ସ୍ଥାନୀୟ ଖେଳ ପଡିଆଠାରେ ଆଜି ଅନୁଷ୍ଠିତ ହୋଇଯାଇଛି |ଆଜି ମ୍ୟାଚରେ ଏସ ପି ଏମ ଫୁଟବଲ କ୍ଲବ ବିଶାଖାପାଟଣା ବନାମ ଥ୍ରୀ ଷ୍ଟାର ଫୁଟବଲ କ୍ଲବ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା |ଖେଳ ଶେଷସୁଦ୍ଧା ୩/୧ଗୋଲରେ ବିଶାଖାପାଟଣା ବିଜେତା ହୋଇଛି |ଆଜିର ଖେଳକୁ ସଫି କୁଲ ଖାନ, ଅମିତ ନାୟକ, ନିରଞ୍ଜନ ସାମନ୍ତରାୟ ଏବଂ ଲକି ସାମନ୍ତରାୟ ପରିଚାଳନା କରିଥିଲେ |ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ଯୋଗଦେଇ ବକ୍ତବ୍ୟ ରେ ପ୍ରକାଶ କରିଥିଲେ କି ଖେଳ ଦ୍ୱାରା ମାନସିକ ସ୍ଥିରତା, ଶାରୀରିକ ବିକାଶ, ଏକାଗ୍ରତାଓ ଭାଇଚାରା ଭାବ ସୃଷ୍ଟି ହେବା ସହ ଶରୀର ସୁସ୍ଥ ରହିଥାଏ ବୋଲି ଖେଳାଳି ମାନଙ୍କୁ ଉପଦେଷ ଦେଇଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ସଭାପତି ମନ ରଞ୍ଜନ ସାମନ୍ତରାୟ , ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିଲେ ପୂର୍ଣ୍ଣିମା ମହାପାତ୍ର, ସରପଞ୍ଚ, ରମାକାନ୍ତ ମହାପାତ୍ର, ତୋଫାନ ବରିଷଲ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ |
More Stories
ମେ ୯ରୁ ୧୨ ପିଚୁକୁଳି ଲୋକ ଉତ୍ସବର ପ୍ରସ୍ତୁତି ବୈଠକ (ଫଟୋ ଅଛି)
ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଓଡ଼ିଆ ଯୁବକଙ୍କ ସମେତ ୨୬ ପର୍ଯ୍ୟଟକ ମୃତ।
ତାପଙ୍ଗ ବିନାୟକ ପବ୍ଲିକ୍ ସ୍କୁଲ ୨୩ତମ ବାର୍ଷିକ ଉତ୍ସବ