ରିପୋର୍ଟ : ରବି ନାରାୟଣ ସାହୁ
ଖୋର୍ଦ୍ଧା: ସ୍ବଚ୍ଛତାର ଡିଣ୍ଡିମ ପିଟି ହେଉଥିବା ଖୋର୍ଦ୍ଧା ପୌର ପରିଷଦର ପରିମଳ ବ୍ୟବସ୍ଥା ସ୍ବଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରି ହେବନି। ପରିମଳ ଆଉ ସ୍ବଚ୍ଛତା ଅଭିଯାନ ନାଁରେ ମାଳ ମାଳ ଯୋଜନା ହେଉଥିବା ବେଳେ ବାସ୍ତବଚିତ୍ର କିନ୍ତୁ ସମ୍ପୂର୍ଣ ଭିନ୍ନ।
୨୨ଟି ୱାର୍ଡକୁ ନେଇ ଗଠିତ ଖୋର୍ଦ୍ଧା ପୌରପରିଷଦ ପ୍ରତ୍ୟେକ ୱାର୍ଡର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ବର୍ଷା ଋତୁ ସାଙ୍ଗକୁ ଡେଙ୍ଗୁ ବ୍ୟାପିବାର ଭୟ, କିନ୍ତୁ ସବୁ ଜାଣି ଚୁପ୍ ବସିଛି ଖୋର୍ଦ୍ଧା ପୌରପରିଷଦ। ଦିନ ଦିନ ଧରି ନା ହେଉଛି ଡ୍ରେନ୍ ସଫେଇ ନା ରାସ୍ତା କଡ଼ରେ ପଡ଼ି ରହିଥିବା ଆବର୍ଜନା ଉଠଉଛନ୍ତି ଦାୟିତ୍ଵରେ ଥିବା କର୍ମଚାରୀ।
ସାମାନ୍ୟ ବର୍ଷା ଟିକିକରେ ଡ୍ରେନ୍ ପାଣି ଉଛୁଳି ରାସ୍ତା ଉପରେ ଲହଡ଼ି ମାରୁଛି। ରାସ୍ତାଘାଟ ଯୁଆଡେ ଦେଖିବ କୁଢ଼ କୁଢ଼ ଅଳିଆ ଆବର୍ଜନା ଆଉ ପଲିଥିନ ପାହାଡ଼। ପୌର ପରିଷଦ ଅଧୀନ ୮ନମ୍ୱର ୱାର୍ଡ ଆୟତନ ଦୃଷ୍ଟିରେ ସବୁଠାରୁ ବଡ ୱାର୍ଡ ହୋଇଥିଲେ ସୁଦ୍ଧା ଦୀର୍ଘ ପନ୍ଦର ବର୍ଷ ଧରି ଅବହେଳିତ ହୋଇ ଆସୁଅଛି ଏହି ୱାର୍ଡ଼। ସ୍ବଚ୍ଛତା ଅଭିଯାନକୁ ନେଇ ୱାର୍ଡ଼ ର ବିଭିନ୍ନ ସ୍ଥାନରେ କିନ୍ତୁ କାନ୍ଥ ରେ ସବୁଠାରେ ଵିଜ୍ଞାପନ ମରାଯାଇଛି କିନ୍ତୁ ଏହି ଵିଜ୍ଞାପନ କେବଳ ମନ ବୁଝିବାକୁ ମରାଯାଇଥିବା ପରି ମନେ ହେଉଛି।
ପୌର ପରିଷଦ କାର୍ଯ୍ୟାଳୟ ଠାରୁ ବକ୍ସିଲେନ୍ ବୁଢ଼ୀବଗିଚା ଆଦି ଦେଇ ମହିଳା ମହାବିଦ୍ୟାଳୟକୁ ସଂଯୋଗ କରିଥିବା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ରାସ୍ତାର ଦୁଇ ପାର୍ଶ୍ଵ ଜଙ୍ଗଲମୟ ହୋଇ ପଡିଥିବା ବେଳେ ଦୁଇକଡ଼ରେ କୁଢ଼କୁଢ଼ ଅଳିଆ ଆବର୍ଜନା ଅନେକ ଦିନ ଧରି ପଡ଼ି ରହିବା ଦ୍ବାରା ସେହି ରାସ୍ତା ଦେଇ ଚଳାଚଳ କରିବା କଷ୍ଟକର ହୋଇ ପଡ଼ିଛି।
ଦୀର୍ଘଦିନ ଧରି ଆବେଦନ ପରେ ମଧ୍ୟ ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିବାରୁ ଅନ୍ଧାର ରାତିରେ ଚଳାଚଳ କରିବା ବିପଦଜନକ ହୋଇ ପଡ଼ିଛି। ଅସାମାଜିକ ଯୁବକଙ୍କ ଦୌରତ୍ମ୍ୟ ସାଙ୍ଗକୁ ବିଷଧର ସରୀସୃପଙ୍କ ଅନେକ ଥର ଦେଖିବାକୁ ମିଳିଛି। ଏବେ ବର୍ଷାଦିନ ଏହି ଭୟକୁ ଦ୍ଵିଗୁଣିତ କରିଦେଇଥିବା ବେଳେ ତୁରନ୍ତ ଏହାର ସ୍ଥାୟୀ ବ୍ୟବସ୍ଥା କରିବାକୁ ସ୍ଥାନୀୟ ୱାର୍ଡ଼ମେମ୍ବର ଓ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଛନ୍ତି, ତେବେ କେବେ ଲୋକଙ୍କ ସମସ୍ୟାର ସମାଧାନ ହେଉଛି ତାହାକୁ ୮ନମ୍ୱର ୱାର୍ଡ଼ବାସୀ ଅପେକ୍ଷା କରି ରହିଛନ୍ତି।
More Stories
ସଡ଼କ ପଥ ବଦଳରେ ଜଳପଥ ରେ ଯାଇ ପଥରଖଣିରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ l
ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l
ଗ୍ରିଲ ତାଡ଼ି ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଲେ ଦୁର୍ବୁତ୍ତ