ବିୟୁରୋ ରିପୋର୍ଟ )
ଗାଁକୁ ଫେରିଛି ଜଣେ ମତ୍ସ୍ୟଜୀବୀ ଙ୍କ ମୃତ ଦେହ ବଜ୍ରାଘାତ ଝଟ୍କାରେ ଏହି ମତ୍ସ୍ୟଜୀବୀ ଙ୍କର ମୃତ୍ୟୁ ହୋଇଛି । ମୃତ ମତ୍ସ୍ୟଜୀବୀ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ବାଲିପାଟପୁର ଗ୍ରାମ ବଡ-ବାହାଣିଆ ସାହିର ମାଗା ବେହେରା ବୟସ-(୫୫ ) ଚିଲିକା ମଝିରେ ହୋଇଥିବା ବଜ୍ରାଘାତ ଝଟ୍କାରେ ଏହି ମତ୍ସ୍ୟଜୀବୀ ଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଡଙ୍ଗାରେ ଥିଲେ ୫ ଜଣ ମତ୍ସ୍ୟଜୀବୀ ଚିଲିକା ମଧ୍ୟକୁ ମାଛଧରିବା ପାଇଁ ଯାଇଥିଲେ । ଚିଲିକା ରେ ମାଛଧରା ପରେ ଘରକୁ ଫେରିବା ସମୟରେ ଅର୍ଥାତ ଆଜି ପ୍ରାତଃ ସମୟରେ ଚିଲିକା ମଝିରେ ହୋଇଥିଲା ବଜ୍ରାଘାତ , ଆଉ ସେହି ବଜ୍ରାଘାତ ଝଟ୍କାରେ ମତ୍ସ୍ୟଜୀବୀ ମାଗା ବେହେରା ଚିଲିକା ମଧ୍ୟକୁ ଗଳିପଡି ଥିଲେ । କିଛି ସମୟ ପରେ ମାଗା ବେହେରା ଙ୍କର ମୃତ ଦେହକୁ ସାଥୀ ମତ୍ସ୍ୟଜୀବୀମାନେ ଉଦ୍ଧାର କରି ଗାଁକୁ ଫେରିଛନ୍ତି । ଏହାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତକ ପରିବାର କୁ ସରକାରୀ ସହାୟତା ଯୋଗାଇଦେବାକୁ ମତ୍ସ୍ୟଜୀବୀ ମହାସଂଘ ର ସଭାପତି ଶ୍ୟାମ ସୁନ୍ଦର ବେହେରା ଦାବି କରିଛନ୍ତି ।
ସୂଚନା ଥାଉକି ଗତକାଲି ମଧ୍ୟ ବାଲୁଗାଁ ଅଞ୍ଚଳର ଦୁଇ ଜଣ ମତ୍ସ୍ୟଜୀବୀ ଅର୍ଥାତ ବାପ-ପୁଅ ଦୁହେଁ ବଜ୍ରାଘାତ ଯୋଗୁଁ ମୃତ୍ୟୁ ବରଣ କରିଥିଲେ ।
More Stories
ବୋଲଗଡ଼ରେ ନୂତନ ତହସିଲଦାର ବିଜୟ ସେଠୀଙ୍କ ଯୋଗଦାନ ।
ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉତ୍ସବରେ ବହୁ ପ୍ରତିଭା ସମ୍ବର୍ଦ୍ଧିତ ।
ମକର ମହୋତ୍ସବର ତୃତୀୟ ସନ୍ଧ୍ୟା…ପପୁ ପମ ପମଙ୍କ କମେଡି ରେ ଦର୍ଶକ ବିଭୋର