କପିଳେଶ୍ଵର ସିଂହଙ୍କ ରିପୋର୍ଟ)
ଗୋଚାଲାଣ ବେଳେ ରାସ୍ତା କଡରେ ଫସିଲା ଗୋରୁବୋଝେଇ ଗାଡି।ଗାଡିରେ ଥିବା ଗାଡି ଗୁଡିକ ମାଫିଆମାନେ ନେଇଯାଇ ଥିବା ବେଳେ୧୦ଟି ଗୋରୁ ଜବତସୂଚନାରୁ ଜଣାପଡିଛି ମାଫିଆମାନେ ନୂଆ ନୂଆ ତରିକା ରେ ଗୋଚାଲାଣ କରୁଛନ୍ତି।ମାଫିଆମାନେ ରାଜପଥ ରାସ୍ତା ରେ ନଯାଇ ବିଳମ୍ବିତ ରାତିରେ ଗାଁ ଗହଳି ମାଟି ରାସ୍ତାରେ ଗୋଚାଲାଣ କରୁଥିବା ଜଣାପଡିଛି। ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ରତାମାଟି ସରପାରୀ ରାସ୍ତାରେ ଗୋରୁ ବୋଝେଇ ଏକ ଗାଡି ଯାଉଥିବା ବେଳେ ଗାଡିଟି ରାସ୍ତା କଡରେ ଫସି ଯାଇଛି।ରାତିରେ ମାଫିଆମାନେ କେତେକ ଗୋରୁ ବାଡେଇ ନେଇଯାଇଥିବା ବେଳେ ଗାଡିଟିକୁ ଛାଡି ଫେରାର ହୋଇଛନ୍ତି।ସକାଳୁ ସ୍ଥାନୀୟ ରତାମାଟି ଓ ସରପାରୀ ଲୋକମାନେ ଗାଡିଟିକୁ ଦେଏଖି ହିନ୍ଦୁ ସଂଗଠନ ସଦସ୍ୟ ମାନଙ୍କୁ ସୂଚନା ଦେବାରେ ହିନ୍ଦୁ ସଂଗଠନ କର୍ମକର୍ତ୍ତା ଘଟଣା ସ୍ଥଳରେ ପହଞ୍ଚି ଗାଡିରେ ଥିବା ୧୦ଟି ଗୋରୁ ଉଦ୍ଧାର କରିଛନ୍ତି।ପରେ ଜଂକିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।


More Stories
ହଜ ଗ୍ରାମ ପଞ୍ଚାୟତ ସମବାୟୟ ସମିତି ବିରୁଦ୍ଧରେ ଚାଷୀ ମାନଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର ।
ଯାତ୍ରା ଜଗତର ଟାଇଗର ଦେବୀରଥଙ୍କୁ ଅକାଳରେ ବିୟୋଗ, ଡିଜେ ଜମରାଜା ହୋଇ ଟାଣିନେଲା ଜମପୁରକୁ।
ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ।