ରିପୋର୍ଟର : ମୋହନଲାଲ ସୁନାନୀ,
ଚନ୍ଦାହାଣ୍ଡି :ତା 9/7/2023 ରିଖ ଗ୍ରାମ୍ୟ ମୁଖ୍ୟ ରାସ୍ତା ଅତି ରୁ ଅତି ଦୟନୀୟ କାରଣ ରାସ୍ତାରେ ଆଣ୍ଠୁଏ ପାଣି ଜମିବା ସହ କାଦୁଅ ପଚ ପଚ ସହ ଦୁର୍ଗନ୍ଧ ବାହାରୁଛି ଲୋକେ ଯିବା ଆସିବାରେ ଅନେକ ଅସୁବିଧାର ଶମ୍ବୁଖୀନ ହେଉଛନ୍ତି ଏପରିକି ପିଲା ପାଠ ପଢିବାକୁ ସ୍କୁଲକୁ ଗଲାବେଳେ ପିଲାଙ୍କ ଗୋଡ କାଦୁଅରେ ପଡିଖସି ଯାଉଛନ୍ତି ମଶା, ମାଛି ର ପ୍ରାଦୁର୍ଭାବ ସହ ଲୋକେ ବିଭିନ୍ନ ରୋଗରେ ବି ଆକ୍ରାନ୍ତ ହୋଉଛନ୍ତି |ଏହି ନଗନ୍ନ ଚିତ୍ର ହେଉଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତର | ତ୍ରିବେଣୀ ଛକ ମୁଖ୍ୟ ରାସ୍ତାଠାରୁ ଶ୍ରୀରାମ ଛକ ରାସ୍ତାରେ ଆଣ୍ଠୁଏ ପାଣି ଜମିବା ସହ କାଦୁଅ ପଚ ପଚ ସହ ଦୁର୍ଗନ୍ଧ ମଧ୍ୟ ବାହାରୁଛି |ଆଜକୁ କିଛି ବର୍ଷ ପୂର୍ବେ ସି ସି. ରୋଡ଼ କରି ରାସ୍ତା ର ଏକ ପାର୍ସରେ ଡ୍ରେନ କରାଯାଇଥିବାବେଳେ ଡ୍ରେନ ଟିସମ୍ପୂର୍ଣ ପୋତି ହୋଇ ଯାଇଛି କିନ୍ତୁ ରାସ୍ତା ର ମରାମତି ପାଇଁ ଗ୍ରାମ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ କି ବ୍ଲକ ପ୍ରଶାସନ ଦୃଷ୍ଟି ଦେଉନଥିବା ସାଧାରଣରେ ଚର୍ଚ୍ଚା ର ବିଷୟ |
ଗ୍ରାମ୍ୟ ସଡକ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚା କରୁଥିବାବେଳେ ଏହି ସବୁ ହଉଛି ତାର ବିପରୀତ ନଗ୍ନ୍ନ ଚିତ୍ର ଗ୍ରାମରେ ପଞ୍ଚାୟତ ଥାଇ ମଧ୍ୟ ଗ୍ରାମ୍ୟ ରାସ୍ତାର କୌଣସି ମରାମତି ହଉନଥିବା ଗ୍ରାମ୍ୟ ଲୋକେ ଅଭିଯୋଗ କରୁଛନ୍ତି |ସପ୍ତାହରେ ଦିନେ କି ଦ୍ବି ଦିନ ପଞ୍ଚାୟତ କାଯ୍ୟଳୟ ଖୋଲାଯାଏ ଏହି ବିଷୟ ନେଇ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ କୌଣସି ପ୍ରତିକ୍ରିୟା କିଛି ମିଳିପାରି ନ ଥିଲା | ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେଇ ରାସ୍ତାର ଉନ୍ନତି କରଣ ଓ ମରାମତି କରାଯାଉ ବୋଲି ଗ୍ରାମ୍ୟ ଲୋକେ ଦୃଢ ଦାବି କରିଛନ୍ତି |
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।