ରିପୋର୍ଟର – ଯଯାତି କେଶୋରୀ ବିଶ୍ୱାଳ
ରାଉରକେଲା ନାଗରିକ ସୁରକ୍ଷା କମିଟି ଆହ୍ବାନରେ ୧୧ଦଫା ଦାବି ନେଇ ଜିଲ୍ଲା ସ୍ତରୀୟ କବି,ଲେଖକ,ନାଟ୍ଯକାର,ସାହିତ୍ୟିକ,ବୁଦ୍ଧିଜୀବୀ,ସାଂସ୍କୃତିକ ଓ ସାମାଜିକ କର୍ମୀ ସମାବେଶ ସେକ୍ଟର ୫ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସ୍ତମ୍ଭକାର ଭୂପେନ ମହାପାତ୍ର ସଭାପତିତ୍ବ କରିଥିବାବେଳେ ଅତିଥି ଭାବେ ଶିକ୍ଷାବିତ୍ ଡଃ ପ୍ରଭାତ କୁମାର ମଲ୍ଲିକ, ଏକତ୍ର ର ସଭାପତି ରାଜୀବ ପାଣି,ସ୍ତମ୍ଭକାର ନଳିନୀ କାନ୍ତ ଧର, ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି, ବ୍ରଜେନ୍ଦ୍ର ଦାଶ, ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ, ଆଇନଜୀବୀ ଗିରିଶ ମହାପାତ୍ର,କମିଟିର ଆବାହକ ବିଷ୍ଣୁ ମହାନ୍ତି ଓ ସଂଜୀବ ମହାନ୍ତି ପ୍ରମୁଖ ଯୋଗଦେଇ ୧୧ ଦଫା ଦାବି ସଂପର୍କରେ ଆଲୋଚନା କରିବା ସହ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ ।
୧୧ଦଫା ଦାବି ମଧ୍ୟରେ ରାଉରକେଲା ସୁପର ସ୍ପେସାଲିଷ୍ଟ ହସପିଟାଲ୍ କୁ ଏମ୍ସ ଦ୍ବାରା ପରିଚାଳନା କରିବା ସହ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ କଲେଜ ପ୍ରତିଷ୍ଠା କରିବା, ତାଳଚେର ବିମଳାଗଡ ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ସହ ସଂପୂର୍ଣ୍ଣ କରିବା, ରାଉରକେଲାକୁ ରେଳ ଡିଭିଜନ ଘୋଷଣା କରିବା, ରାଉରକେଲାରେ ଏକ ସାଧାରଣ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା, ରାଉରକେଲା ବିମାନ ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା,ସଫ୍ଟୱେର ପାର୍କର ବିକାଶ, ବାସଚ୍ୟୁତଙ୍କ ପୁନ୍ନ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରିବା, ସୁନ୍ଦରଗଡ ଜିଲ୍ଲାରେ ଏମଏସଏମଇ ବିକାଶ,ଆରଏସପିର ଆଧୁନିକୀକରଣ ଓ ସଂପ୍ରସାରଣ,ରାଉରକେଲା ଠାରେ ଇଏସଆଇସି ମେଡିକାଲ କଲେଜ ପ୍ରତିଷ୍ଠା କରିବା,ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ରେଳ ଷ୍ଟେସନ ଗୁଡିକର ଉନ୍ନତି କରଣ ଓ ସଦର ମହକୁମା କୁ ରେଳ ଯୋଗାଯୋଗ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଥିଲା ।
ଅତିଥିମାନେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ସୁନ୍ଦର ସମାଜ ଗଠନରେ କବି, ସାହିତ୍ୟିକ, ନାଟ୍ଯକାର ମାନଙ୍କ ଭୂମିକା ଅନେକ । ତେଣୁ ସାମାଜିକ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ତଥା ରାଉରକେଲା ଓ ଜିଲ୍ଲାର ବିକାଶ ପାଇଁ କଲମ ଚାଳନା କରିବାକୁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଲୋକ ରଂଜନ ମଲ୍ଲିକ, ଡାକ୍ତର କୃପାସିନ୍ଧୁ ନାୟକ, ସୁନିଲ୍ କୁମାର ମହାନ୍ତି,ଅଙ୍ଗୁରବାଳା ପରିଡା, ଉତ୍ତମ କୁମାର ସାମଲ, ଭରତ ବାଇ, ଗଣେଶ ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ନୃସିଂହ ଚରଣ ବିଶ୍ବାଳ, ଅଭିରାମ ପ୍ରଧାନ ପ୍ରମୁଖ ଉପରୋକ୍ତ ଦାବିକୁ ସମର୍ଥନ ଜଣାଇ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ ଯଦି ଦାବି ପୂରଣ ନହୁଏ ତେବେ ଭୋଟ ବର୍ଜନ ଓ ରାଉରକେଲାରୁ ପ୍ରକାଶିତ ହେଉଥିବା ଦୈନିକ ଖବରକାଗଜ ଏଦିଗରେ ବ୍ୟାପକ ପ୍ରଚାର ଓ ପ୍ରସାର କରିବା ସହ ପ୍ରତ୍ୟେକ ଅନୁଷ୍ଠାନ ନିଜ ସଦସ୍ୟଙ୍କ ଦ୍ବାରା ଏହି ଦାବିଗୁଡିକୁ ସମର୍ଥନ ଜଣାଇ ନାଗରିକ ସୁରକ୍ଷା କମିଟିକୁ ପତ୍ର ପ୍ରେରଣ ଆଦି ଉପରେ ଗୁରୁତ୍ବାରୋପ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଯଥା କଲଚରାଲ ଏକାଡ଼େମୀ, ଭଜକୃଷ୍ଣ ସାରସ୍ବତ ସ୍ମୃତି ସଂସଦ,ଏକତ୍ର, ସ୍ବସ୍ତି ସାହିତ୍ୟ ସଂସଦ, ଇସ୍ପାତ ସାହିତ୍ୟ ସଂସଦ, ଓଡିଆ ଭାଷା ବିକାଶ ମଞ୍ଚ, ସମ୍ବାଦ ସାହିତ୍ୟ ଘର, ସୁନ୍ଦରଗଡ ଲେଖକ ସାମୁଖ୍ୟ, ପ୍ରଗତି ଉତ୍କଳ ସଂଘ, ଶ୍ରଦ୍ଧା, ଧାମରା ସଂଘ, ହେତୁବାଦୀ ସଂଘ, ରଶ୍ମିପ୍ରଭା, ଗୋପବନ୍ଧୁ ପାଠାଗାର, ହମିରପୁର ଉନ୍ନୟନ ପରିଷଦ, ମୀନାକ୍ଷୀଧର ଫାଉଣ୍ଡେସନ,ବାସୁଦେବପୁର ଜନକଲ୍ୟାଣ ସଂଘ,ମୁଁ ଓଡିଆ ମୁଁ ଗର୍ବିତ,ନାଗରିକ ସମିତି, ସୁନାଫୁଲ ସାହିତ୍ୟ ସଂସଦ, ବେଦବ୍ୟାସ ବିକାଶ ମଞ୍ଚ, ରାଉରକେଲା ବାର ଆସୋସିଏସନ, ଓସ୍ତା, କ୍ଲିନ୍ ଆଣ୍ଡ ଗ୍ରୀନ୍, ଆଦର୍ଶ ପାଠାଗାର, ଜଗଦା ସାଂସ୍କୃତିକ ପରିଷଦ, ବରିଷ୍ଠ ନାଗରିକ ସୁରକ୍ଷା ମଂଚ, ମିରର ଫାଉଣ୍ଡେସନ,ପ୍ରୟାସ, ସରଳାଦେବୀ ସ୍ମୃତି ସଂସଦ, ଉପହାର, ନାୟିକା ରାଉରକେଲା, ସମର୍ପଣ, ରେଳ ସଡକ ଉପଯୋଗକାରୀ ସଂଘ, ନିଖିଳ ଓଡିଶା ବାଣାୟତ ଓଡିଆ ସମାଜ, ଥିଙ୍କର୍ସ ଫୋରମ,ଆଶାଦୀପ, ସହର ସେବା ସମିତି, ଜିଜ୍ଞାସା ପ୍ରମୁଖ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତା ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଡଃ ସୁମନ ଦତ୍ତ, ସସ୍ମିତା ପ୍ରଧାନ, ବସନ୍ତ ନାୟକଙ୍କ ସମେତ ବହୁ ସଦସ୍ୟ ସହଯୋଗ କରିଥିଲେ । ଶେଷରେ ରାଜକିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
More Stories
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l
କାଳିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେଲା ଏକାଦଶ ଶ୍ରେଣୀ l